ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ ଓଲିଉଡର ଜଣାଶୁଣା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ୍ ବଶତଃ ଏଭଳି ପୋଷ୍ଟ କରିଥିଵା କହିଛନ୍ତି ବୁଦ୍ଧାଦିତ୍ୟ। ଏନେଇ ସେ ସମଗ୍ର କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିଵି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି। ଖାଲି ସେତିକି ନୁହେଁ, ବିବାଦୀୟ ବୟାନକୁ ନେଇ ବିବାଦ ତେଜିବା ପରେ ସେ ତୁରନ୍ତ ପୋଷ୍ଟ ହଟାଇଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ମୁମ୍ବାଇରେ ଏପସିପି ନେତା ବାବା ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ହତ୍ୟା କରିବା ଘଟଣା ପରେ ଦ୍ୱିତୀୟ ପାଳି ରାହୁଲ ଗାନ୍ଧୀଙ୍କର ହେବା ଉଚିତ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବୁଦ୍ଧାଦିତ୍ୟ। ଏହାକୁ ନେଇ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅକ୍ଟୋବର ୨୩ ସୁଦ୍ଧା ବୁଦ୍ଧାଦିତ୍ୟ ନିଜ ମନ୍ତବ୍ୟ ପାଇଁ କ୍ଷମା ନ ମାଗିଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା ଯୁବ କଂଗ୍ରେସ। ଏହାପରେ ସେ କ୍ଷମା ଭିକ୍ଷା କରିଥିବା ଜଣାପଡ଼ିଛି।