ଦଶପଲ୍ଲା: ଓଲଟିଲା ଯାତ୍ରୀବାହୀ ବସ୍। ୧୭ରୁ ଅଧିକ ଆହତ, ଚାରି ଗୁରୁତର। କଟକରୁ ବଲାଙ୍ଗୀର ଅଭିମୁଖେ ମିଶ୍ର ନାମକ ଏକ ଘରୋଇ ବସ୍ ଯାଉଥିବା ବେଳେ ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଏକ ଟ୍ରକ୍କୁ ସାଇଡ ମାରିବାକୁ ଯାଇ ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଲା ବସ୍। ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ, ବସ୍ ରେ ଥିଲେ ୧୭ଜଣ ଯାତ୍ରୀ। ସେଥିମଧ୍ୟରୁ ୧୩ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ୧୩ଜଣ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଏକ ବସ ଯୋଗେ ପଠାଯାଇଛି।
ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଏକ ଟ୍ରକ୍କୁ ସାଇଡ ମାରିବାକୁ ଯାଇ ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଲା ବସ୍। ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ, ବସ୍ ରେ ଥିଲେ ୧୭ଜଣ ଯାତ୍ରୀ। ସେଥିମଧ୍ୟରୁ ୧୩ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ୧୩ଜଣ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଏକ ବସ ଯୋଗେ ପଠାଯାଇଛି।
ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାର ତଦନ୍ତ ଆରମ୍ଭ କରିଛି। ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ବାଘମାରି ଛକରେ ବସ୍ ରଖି ଡ୍ରାଇଭର ହେଲ୍ପର ମଦ ପିଇଥିଲେ ପରେ ଗାଡ଼ି ଦ୍ରୁତଗତିରେ ଚଳାଇଥିଲେ ଯାହା ଫଳରେ ଏହି ଦୁର୍ଘଟଣା ଘଟିଲା।