ବୈପାରିଗୁଡ଼ା: ଚିନାବାଦାମ ବିକ୍ରି ବାବଦର ଟଙ୍କା ଆଦାୟ କରି ବ୍ୟବସାୟୀ ଘରକୁ ଫେରୁଥିଲେ। ହେଲେ ବାଟରେ ତାଙ୍କୁ ଅପହରଣ କରାଯାଇଛି। ବୈପାରିଗୁଡ଼ା ପାଡୁଆ ଗ୍ରାମର ବ୍ୟବସାୟୀ କେ. ସତ୍ୟାଙ୍କୁ ବ୍ରିଜ୍ ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ବୈପାରିଗୁଡ଼ା ଥାନା ଅନ୍ତର୍ଗତ କୋଲାବ ବ୍ରିଜ୍ ନିକଟରେ ଶନିବାର ରାତିରେ ଏହି ଅପହରଣ ହୋଇଥିବା ଜଣାପଡ଼ିଛି । କିଛି ଡକାୟତ ଏକାଠି ହୋଇ ବ୍ରିଜ୍ ଉପରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ବ୍ୟବସାୟୀଙ୍କୁ ଅପହରଣ କରିନେଇଥିବା ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ଚିନାବାଦାମ ବିକ୍ରି ବାବଦର ଟଙ୍କା ଆଦାୟ କରିବା ପାଇଁ ଶନିବାର ସନ୍ଧ୍ୟାରେ ସତ୍ୟା ପାଡୁଆରୁ ନିଜ କାରରେ ଜୟପୁର ଯାଇଥିଲେ। ଆଉ ଟଙ୍କା ନେଇ ଫେରୁଥିବା ବେଳେ କୋଲାବ ବ୍ରିଜ୍ ନିକଟରେ ଏହି ଘଟଣା ଘଟିଛି। ଏବେ ସୁଦ୍ଧା ବ୍ୟବସାୟୀଙ୍କ କୌଣସି ଖୋଜ୍ ଖବର ମିଳିନଥିବା ବେଳେ ସତ୍ୟାଙ୍କ ଫୋନ୍ ଟ୍ରାକ୍ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଚିନାବାଦାମ ବିକ୍ରି ବାବଦର ଟଙ୍କା ଆଦାୟ କରିବା ପାଇଁ ଶନିବାର ସନ୍ଧ୍ୟାରେ ସତ୍ୟା ପାଡୁଆରୁ ନିଜ କାରରେ ଜୟପୁର ଯାଇଥିଲେ। ଆଉ ଟଙ୍କା ନେଇ ଫେରୁଥିବା ବେଳେ କୋଲାବ ବ୍ରିଜ୍ ନିକଟରେ ଏହି ଘଟଣା ଘଟିଛି। ଏବେ ସୁଦ୍ଧା ବ୍ୟବସାୟୀଙ୍କ କୌଣସି ଖୋଜ୍ ଖବର ମିଳିନଥିବା ବେଳେ ସତ୍ୟାଙ୍କ ଫୋନ୍ ଟ୍ରାକ୍ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।