ପୁରୀ: ପୁରୀରେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ପ୍ରଥମ ଥର ପାଇଁ ପୁରୀର ଟାଉନ୍ ହଲ୍ ଠାରେ ଆୟୋଜିତ ହୋଇଛି 'ବିଜନେସ୍ ମନ୍ତ୍ରା' । ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ସଫଳତାର ମନ୍ତ୍ର ଦେବା ପାଇଁ ଶ୍ରୀକ୍ଷେତ୍ରରେ ନୂଆ ଭିତ୍ତପ୍ରସ୍ତର ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି ଶ୍ରୀକ୍ଷେତ୍ରର ସୁନା ଝିଅ ତଥା ମେକଅପ୍ ଏବଂ ବିୟୁଟି ପ୍ରଶିକ୍ଷିକା ମାମୁନ୍ ଦାଶ । ପୁରୀରେ କ୍ଷୁଦ୍ର ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Advertisment

ମାମୁନ ଦାଶଙ୍କ ସହିତ ସହିତ ରାଜ୍ୟର ଅନେକ ଅଭିଜ୍ଞ ସଫଳ ଉଦ୍ୟୋଗୀ, କର୍ପୋରେଟ ରାଜନୀତିଜ୍ଞ, ପ୍ରଶିକ୍ଷକ ଓ ବ୍ୟବସାୟିକ ନେତୃତ୍ବ ନେଉଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ଵମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବିଜିନେସ୍ କୋଚ୍ ଅମିତ ସରାଫ, ମାର୍କେଟିଂ ଏକ୍ସପର୍ଟ ପୂଜାରିଣୀ ବେହୁରିଆ, ବିଜିନେସ୍ ପ୍ରଶିକ୍ଷକ ତଥା କର୍ପୋରେଟ ରଣନୀତିକାର ଡାଃ ଆଦର୍ଶ ରଥ | ଆଧୁନିକ ଜ୍ଞାନ କୌଶଳକୁ ଆଧାର କରି ବ୍ୟବସାୟ କ୍ଷେତ୍ରରେ କ୍ଷୁଦ୍ର ବ୍ୟବସାୟୀମାନେ କିପରି ଅଧିକ ସଶକ୍ତ ହୋଇପାରିବେ, ଏହି ସମ୍ପର୍କିତ ଟିପ୍ସ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ କ୍ଷୁଦ୍ର ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀମାନେ ଯୋଗ ଦେଇଥିଲେ ।