ପୁରୀ: ମହାପ୍ରଭୁଙ୍କ ଭକ୍ତମାନଙ୍କୁ ଏଣିକି ଶ୍ରୀମନ୍ଦିରର ସେବାୟତମାନେ ଭଲ ବ୍ୟବହାର ଦେଖାଇବେ। ଭକ୍ତମାନଙ୍କୁ ଆଉ ଦୁର୍ବ୍ୟବହାର କରିବେ ନାହିଁ। ଭକ୍ତମାନଙ୍କ ପ୍ରତି ଉତ୍ତମ ଆଚରଣ, ବ୍ୟବାହର ଓ ନୀତିକାନ୍ତି ନେଇ ସେବାୟତଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ଉଦ୍ଦେଶ୍ୟ ରଖି ଶ୍ରୀମନ୍ଦିର ସେବାୟତମାନଙ୍କୁ ଆଜିଠାରୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ୨ ଦିନ ଧରି ଚାଲିବ।  

Advertisment

ନୀଳାଦ୍ରି ଭକ୍ତ ନିବାସରେ ସେବାୟତଙ୍କ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଶିବିରରେ ବିଭିନ୍ନ ନିଯୋଗର ସେବାୟତ ସାମିଲ ହୋଇଛନ୍ତି। ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ ଦିଆଯାଉଛି।

ସୂଚନାଯୋଗ୍ୟ, ସେବାୟତଙ୍କ ବ୍ୟବହାର ନେଇ ଅନେକ ସମୟରେ ଭକ୍ତମାନେ ଅଭିଯୋଗ ଆଣିଥାନ୍ତି। ପୁରୀର ସେବାୟତମାନେ ଭକ୍ତମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନୂଆ କଥା ନୁହେଁ। ସେମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି। ଏପରିକି ସେବାୟତମାନଙ୍କ ମଧ୍ୟରେ ମନମତାନ୍ତରକୁ ନେଇ କିଛି ସମୟରେ ନୀତିକାନ୍ତିରେ ଅବହେଳା ମଧ୍ୟ ହୁଏ। ଆଗକୁ ଯେପରି ଏସବୁ କିଛି ନହେବ, ସେଥିପାଇଁ ସେବାୟତମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

publive-image

ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଏହି ଆଲୋଚନାଚକ୍ର ଉଦ୍‌ଘାଟନ ହୋଇଥିଲା। ଏହି ଅବସରରେ ନିଜ ବକ୍ତବ୍ଯ ରଖି ମୁଖ୍ଯ ପ୍ରଶାସକ ସମସ୍ତ ସେବକମାନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ସହଯୋଗ ସକାଶେ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥି ସହ ଉତ୍ତମ ସେବକଙ୍କ ଲକ୍ଷଣ ଭାବେ ଦଶଟି ବିନ୍ଦୁ ଉପରେ ଗୁରୁତ୍ବାରୋପ କରିଥିଲେ ମୁଖ୍ଯ ପ୍ରଶାସକ।  ସେଗୁଡିକ ହେଲା- ସମର୍ପଣ, ପବିତ୍ରତା, ଶୃଙ୍ଖଳା, ଜ୍ଞାନ, ଉତ୍ତରଦାୟିତ୍ଵ, ଦଳଗତ ମନୋଭାବ, ଅନ୍ୟଙ୍କୁ ସମ୍ମାନ,  ନିସ୍ବାର୍ଥପରତା, ଧୈର୍ଯ୍ଯ ଏବଂ କୃତଜ୍ଞତା । 

ଶିବିରର ପ୍ରଥମ ଦିନରେ ଉତ୍ତମ ସେବକର ଲକ୍ଷଣ, ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି ଏବଂ ସେବା ଓ ସେବକ ଉପରେ ଆଲୋଚନା ହୋଇଥିଲା। ସେହିପରି ଦ୍ବିତୀୟ ଦିନରେ ଶନିବାର ଦିନ ଶୃଙ୍ଖଳିତ ଦର୍ଶନରେ ସେବକଙ୍କ ଭୂମିକା, ଉତ୍ତମ ଯାତ୍ରୀ ପରିଚର୍ଯ୍ୟା ଏବଂ ପ୍ରଶାସନ ଓ ସେବକଙ୍କ ମଧ୍ଯରେ ସମନ୍ଵୟ ଉପରେ ଆଲୋଚନା ହେବ। 

puri | lord jagannath | Puri Jagannath temple