ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି।

Advertisment

ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ୫ଜଣ ଯୁବକ ଏକ ଇଟିଗା କାରରେ ରାସୋଳରୁ ନିଜ ଘର ଅଭିମୁଖେ ଫେରୁଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଥିବାବେଳେ ମହୁଲଖାଲ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ କାରଟି ଏକ ଗଛ ରେ ପିଟି ହୋଇ ରାସ୍ତା ତଳକୁ ଖସିପଡିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ହୋଇ କଳିଙ୍ଗନଗର ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨ ମୃତକ ହେଲେ କାଦୁଅ ବନ୍ଦୀ ଗ୍ରାମର ବିଶ୍ୱନାଥ ମହାନ୍ତ,ଓ  ମହୁଲଖାଲ ଗ୍ରାମର ସଞ୍ଜୟ କୁମାର ମହାନ୍ତ ବୋଲି ସୂଚନା ମିଳିଛି। ଖବରପାଇ କାଳିଆପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ୫ଜଣ ଯୁବକ ଏକ ଇଟିଗା କାରରେ ରାସୋଳରୁ ନିଜ ଘର ଅଭିମୁଖେ ଫେରୁଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଥିବାବେଳେ ମହୁଲଖାଲ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ କାରଟି ଏକ ଗଛ ରେ ପିଟି ହୋଇ ରାସ୍ତା ତଳକୁ ଖସିପଡିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ହୋଇ କଳିଙ୍ଗନଗର ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨ ମୃତକ ହେଲେ କାଦୁଅ ବନ୍ଦୀ ଗ୍ରାମର ବିଶ୍ୱନାଥ ମହାନ୍ତ,ଓ  ମହୁଲଖାଲ ଗ୍ରାମର ସଞ୍ଜୟ କୁମାର ମହାନ୍ତ ବୋଲି ସୂଚନା ମିଳିଛି। ଖବରପାଇ କାଳିଆପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

accident