ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ସନ୍ଧ୍ୟାର ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି। ଓଡ଼ିଶା ବୁଲିବାକୁ ଆସିଥିବା କାର୍‌ରେ ନିଆଁ ଲାଗିବା ପରେ ଏହାର ଚାଳକ ଉପସ୍ଥିତ ବୁଦ୍ଧି ଲଗାଇ କାର୍‌କୁ ଅଟକାଇବାରେ ସକ୍ଷମ ହୋଇଥିଲେ। ଫଳରେ ଗୋଟିଏ ପରିବାର ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

Advertisment

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ନିକଟରେ ଚଳନ୍ତା କାର୍‌ରେ ହଠାତ୍‌ ନିଆଁ ଲାଗିଥିଲା। କାର୍‌ରେ ଅଗ୍ନିକାଣ୍ଡ ନେଇ ସୂଚନା ପାଇଲା ପରେ ଏହାର ଚାଳକ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଅଟକାଇବାକୁ ଉଦ୍ୟମ କରି ସଫଳ ହୋଇଥିଲେ। କାରଟି ସଂପୂର୍ଣ୍ଣ ରୂପେ ଜଳିବା ପୂର୍ବରୁ ସମସ୍ତେ ସୁରକ୍ଷିତ ଅଛନ୍ତି। 

ସୂଚନା ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବାହିନୀ ଜଳନ୍ତା କାରର ନିଆଁ ଲିଭାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସମ୍ଭବତଃ ସର୍ଟସର୍କିଟ ଯୋଗୁଁ ଏହି ଅଭାବନୀୟ ପରସ୍ଥିତି ହୋଇଥାଏ ପାରେ ବୋଲି ଆଶଙ୍କା କରାଯାଉଛି। 

ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାର୍‌ରେ ଅଗ୍ନିକାଣ୍ଡ ଘଟଣା ନୂଆ କଥ ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅଘଟଣ ଘଟିଛି। ଗତ ଜୁନ୍‌ ୧୪ ତାରିଖରେ ମୟୂରଭଂଜ ଜିଲ୍ଲାରେ ମଧ୍ୟ ଏକ କାର ଜଳି ଯାଇଥିଲା। ଘଟଣା ଦିନ ଠାକୁରମୁଣ୍ଡା ଥାନାରୁ ୨ କିମି ଦୂର ଚମକପୁର ନିକଟରେ କାର ଜଳିଯାଇଥିଲା। ଫଳରେ ୩ ଜଣ ଆହତ ହୋଇଛନ୍ତି। କରଞ୍ଜିଆ ବ୍ଲକ ତାଟୋ ଓ ବଡଗାଁ ଅଞ୍ଚଳରୁ ଏକ କାର (ଓଡି ୦୧ସି-୪୦୨୨)ରେ ଚିତ୍ତରଞ୍ଜନ ନାୟକ(୨୨), ଝରଣ କୁମାର ମହାନ୍ତ (୩୦) ଓ କମଳକୃଷ୍ଣ ମହାନ୍ତ ବାହାଘର ପାଇଁ ମାର୍କେଟିଙ୍ଗ କରିବାକୁ ଭୂବନେଶ୍ବର ଯାଉଥିଲେ। ସେମାନେ ଚମକପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ୨ଟି ବଡ଼ ଶାଳ ଗଛକୁ ଧକ୍କା କରିଥିଲେ। ଶବ୍ଦ ଶୁଣି ଲୋକମାନେ ଦୌଡ଼ି ଆସିଥିଲେ। ଗାଡ଼ି ଭିତରେ ରହିଯାଇଥିବା ୩ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ କାରଟି ଜଳି ଯାଇଥିଲା।