ବାରିପଦା: କିଛି ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ଅଧୀନ ବାରିପଦା ରେଞ୍ଜର ମାଞ୍ଚାବନ୍ଧା ଜଙ୍ଗଲରେ ତିନିଦିନ ହେଲା ହାତୀର ମୃତଦେହ ପଡ଼ିରହିଛି। ହାତୀଟି ୩ ଦିନ ତଳେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ବୟସ ୧୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି।
ଦୁଇ ଦନ୍ତା ହାତୀ ମଧ୍ୟରେ ସଂଘର୍ଷ ଘଟିଥିବାବେଳେ ବିଭାଗୀୟ ଅଧିକାରୀ କି କର୍ମଚାରୀ ହାତୀ ମୃତ୍ୟୁର ଟେର ପାଇ ନ ଥିଲେ। ହାତୀଟି ପଚି ଦୂର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ବନବିଭାଗକୁ ଖବର ଦେଇଥିବା ଜଣାପଡ଼ିଛି।
ତେବେ ହାତୀ ମୃତ୍ୟୁର କାରଣ ସୁଦ୍ଧା ଜଣାପଡ଼ିନାହିଁ। ଏନେଇ ଡିଏଫଓ ଏ.ଉମା ମହେଶ କହିଛନ୍ତି ଯେ ହାତୀର ମୃତ୍ୟୁ କିପରି ଘଟିଲା, କିଏ ହତ୍ୟା କରିଛି କି ତାହା ସ୍ପଷ୍ଟ ହୋଇନାହିଁ। ଆମେ ଅନୁମାନ କରୁଛୁ ଯେ ଦୁଇ ଦନ୍ତା ମଧ୍ୟରେ ଯୁଦ୍ଧ ହୋଇଥିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି।
Elephant
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)