ଢେଙ୍କାନାଳ: ମାଲିକ ହତ୍ୟାକାରୀ କେୟାର ଟେକର। ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦୀପକ ବିଶ୍ଵାଳ। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ।
ଘରେ କେହି ନଥିବାର ସୁଯୋଗ ପାଇ ଘର ମାଲିକ ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତଙ୍କୁ ବେକକୁ କପଡାରେ ଚାପି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ। ପରେ ସେ ଖଟରୁ ଖସି ପଡିଥିବା କହିଥିଲା। ପୁଲିସ କେୟାରଟେକରକୁ ଅଟକ ରଖି ପଚରାଉଚରା ପରେ ସବୁ ସତ ମାନିଥିଲା କେୟାର ଟେକର ଦୀପକ। ବୃଦ୍ଧ ଘର ମାଲିକ ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ସବୁବେଳେ କେୟାର ଟେକର ଉପରେ ବିଭିନ୍ନ କାରଣକୁ ନେଇ ଚିଡଚିଡା ହେଉଥିଲେ। ଯେଉଁଥିରେ ବିରକ୍ତ ହୋଇ କେୟାର ଟେକର ତାଙ୍କୁ ସୁଯୋଗ ପାଇ ହତ୍ୟା କରି ଦେଇଥିବା ମାନିଛି ବୋଲି କହିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର୍।
ଗତ ୨୮ ତାରିଖ ରାତି ୮ଟା ବେଳେ ଘରେ କେହି ନଥିବାର ସୁଯୋଗ ପାଇ ଘର ମାଲିକ ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତଙ୍କୁ ବେକକୁ କପଡାରେ ଚାପି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ। ପରେ ସେ ଖଟରୁ ଖସି ପଡିଥିବା କହିଥିଲା। ପୁଲିସ କେୟାରଟେକରକୁ ଅଟକ ରଖି ପଚରାଉଚରା ପରେ ସବୁ ସତ ମାନିଥିଲା କେୟାର ଟେକର ଦୀପକ। ବୃଦ୍ଧ ଘର ମାଲିକ ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ସବୁବେଳେ କେୟାର ଟେକର ଉପରେ ବିଭିନ୍ନ କାରଣକୁ ନେଇ ଚିଡଚିଡା ହେଉଥିଲେ। ଯେଉଁଥିରେ ବିରକ୍ତ ହୋଇ କେୟାର ଟେକର ତାଙ୍କୁ ସୁଯୋଗ ପାଇ ହତ୍ୟା କରି ଦେଇଥିବା ମାନିଛି ବୋଲି କହିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/03/8b6Nkeaqmk3YJJMf1orq.jpg)