ମାଲକାନଗିରି: ଗତକାଲି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ନଗତ ୫ ଲକ୍ଷ ୭ ହଜାର ଟଂକା ଧରି ଏକ କାରରେ ଚିତ୍ରକୋଣ୍ଡାରୁ ଭୁବନେଶ୍ବର ଯିବା ସମୟରେ ଗୋବିନ୍ଦପାଲ୍ଲୀ ଛକ ନିକଟରେ ଭିଜିଲାନସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢଉ ବେଳେ କାରରୁ ୫ ଲକ୍ଷ ୭ ହଜାର ଟଂକା ନଗଦ ଜବତ କରିବା ସହ ସାଥିରେ ଥିବା ଅନ୍ୟ ଜଣେ ଯନ୍ତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସ୍ଥାବର ଓ ଅସ୍ଥାବର ସଂପତ୍ତି ମଧ୍ୟ ରହିଥିବା ଭିଜିଲାନସ ବିଭାଗ ଜାଣିପାରିଛି।
ସେହିପରି ଭୁବନେଶ୍ବରସ୍ଥିତ ଘରୁ ୧୩ ଲକ୍ଷ ୪ ହଜାର ଟଂକା ଜବତ କରାଯାଇଛି। ଏଥିସହ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଡମଣା ଛକ ଠାରେ ୩ ବିଏଚକେ ପ୍ଲାଟ, ୨ଟି ଭୁବନେଶ୍ବର, ଗୋଟିଏ ଆସିକା ଏବଂ ଗୋଟିଏ ବରଗଡ ଠାରେ ଦାମୀ ପ୍ଲଟ ମଧ୍ୟ ରହିଥିବା ଜଣାପଡିଛି। ୨୭୦ ଗ୍ରାମ ସୁନା ଜବତ କରାଯାଇଛି। ୭୨ ଲକ୍ଷ ଟଂକାର ବିଭିନ୍ନ ବୀମାରେ ଲଗାଯାଇଛି। ଗୋଟିଏ ଟାଟା କାର ରହିଛି। ଶ୍ରୀ ପାଣିଗ୍ରାହୀଙ୍କ ଠାରୁ ମୋଟ ୧୮ ଲକ୍ଷ ୧୧ ହଜାର ୨୦୦ ଟଂକା ଜବତ ହୋଇଥିବା ଭିଜିଲାନସ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ପବିତ୍ର ମୋହନ ପାଣିଗ୍ରାହୀ ଗତ ୧୯୯୬ରେ ସୋନପୁର ପିଡି, ଡିଆରଡିଏରେ ଚାକିରି ଆରମ୍ଭ କରିଥିଲେ। ପରେ ସେ ଗଞ୍ଜାମର ପୋଲସରା, ନବରଂଗପୁର ଜିଲ୍ଲାର ଝରିଗାଁ, ଉମରକୋଟ, ଗଜପତି ଜିଲ୍ଲାର କାଶୀନଗର ବ୍ଲକ, ସମ୍ବଲପୁର ଜିଲ୍ଲାର ରେରାଖୋଲ ବ୍ଲକ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକରେ ସେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରିଥିଲେ। ୨୦୨୩ ଜାନୁଆରି ୫ ତାରିଖରେ ପଦନ୍ନୋତି ପାଇ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୁଣି ୨୦୨୪ ମସିହା ମାର୍ଚ୍ଚ ୧୭ ତାରିଖରେ ପଦନ୍ନୋତି ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟୀତ୍ବ ନେଇଥିଲେ। ଆଜି ଭିଜିଲାନସ ପକ୍ଷରୁ ତାଂକୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/04/12/KjQ7vDOXFeVYnIoiX5ZM.jpg)