ମାଲକାନଗିରି: ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ନିର୍ଦେଶକ ତଥା ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ କୁମାର ମହାପାତ୍ରଙ୍କ ଘରେ ଭିଜିଲାନସ୍ ଚଢଉ କରିଛି। ଆୟବହିର୍ଭୁତ ସଂପତ୍ତି ଠୁଳ ନେଇ ଅଭିଯୋଗ ପରେ ମାଲାକନଗିରି, ଜୟପୁର ଏବଂ ନବରଂଗପୁର ଭିଜିଲାନସ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନସପେକ୍ଟର,୬ ଜଣ ଏଏସଆଇ ସମେତ ଅନ୍ୟ ସହଯୋଗୀ ଅଂଶଗ୍ରହଣ କରିଛନ୍ତି।
ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ ମହାପାତ୍ରଙ୍କ ଜୟପୁରସ୍ଥିତ ତିନି ମହଲା କୋଠାରେ ଚଢ଼ାଉ କରାଯିବା ସହ ଅନ୍ୟ ସହକର୍ମୀ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ,ଡାଟା ଏଣ୍ଟ୍ରି ଅପରେଟର ଅଭିଜିତ ମଣ୍ଡଳ, ଠିକା କର୍ମଚାରୀ ଅମୀୟ ସାହୁ, ମାଲାକନଗିରି ଜଳ ବିଭାଜିକା କାର୍ଯ୍ୟାଳୟ, କଟକ ଜିଲ୍ଲାର ନୁଆପଡାର ପୈତୃକ ଘର, ଭୁବନେଶ୍ବରର ସଂପକ୍ରୀୟଙ୍କ ଘରେ ଚଢ଼ାଉ ଏକାସଂଗେ କରାଯାଉଛି। ଶ୍ରୀ ମହାପାତ୍ରଙ୍କ ଘରେ ଭିଜିଲାନସ ଟିମ ଟଂକା ଦେଖି ଆଖି ଟେରା ହୋଇଯାଇଛି। ନଗଦ ୨ କୋଟି ଟଂକା ମିଳିଥିବା ସୂଚନା ମିଳିଛି। ଏଥିସହ ୩୦୦ ଗ୍ରାମ ସୁନା, ୬୦୦୦ ବର୍ଗ ଫୁଟର ୩ ମହଲା କୋଠାଘର, ୪ଟି ଦାମୀ ପ୍ଲଟ ଭୁବନେଶ୍ବର ଏବଂ ଜୟପୁରରେ, ଭୁବନେଶ୍ବର ହଂସପାଳରେ ୩୩ ଡିସିମିଲର ପ୍ଲଟ, ଜୟପୁରୁରେ ଦୁଇଟି ପ୍ଲଟ, ୫୫ ଡିସିମିଲ ଜମି ଜୟପୁରରେ, ଗୋଟିଏ କାର, ଦୁଇଟି ମଟର ବାଇକ୍, ବ୍ୟାଙ୍କରେ ଟଂକା ଜମା ଏବଂ ଜୀବନ ବୀମା ନେଇ ତଦନ୍ତ ଚାଲିଥିବା ଜଣାପଡିଛି। ସେହିପରି ଅନ୍ୟ ସହଯୋଗୀମାନଙ୍କ ଘରେ ମଧ୍ୟ ଟଂକା ଏବଂ ଅନ୍ୟ ସାମଗ୍ରୀ ମିଳିଥିବା ସୂଚନା ମିଳିଛି।
/sambad/media/media_files/2025/02/05/TqBSRUCuVTEcoxJNvFOA.jpg)
ସୂଚନା ଯୋଗ୍ୟ ଯେ ମାଲକାନଗିରି ଶାନ୍ତୁନୁ କୁମାର ମହାପାତ୍ର ମାଲକାନଗିରି ଜିଲ୍ଲାରେ ୨୦୨୧ ଅଗଷ୍ଟ ମାସରେ ଜଳ ବିଭାଜିକାର ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୂର୍ବରୁ ସେ କୋରାପୁଟ,ବ୍ରହ୍ମପୁର ଭଳି ସ୍ଥାନରେ କାର୍ଯ୍ୟ କରିସାରିଛନ୍ତି। ଜାନୁଆରି ୨୦୨୭ରେ ସେ ଅବସର ଗ୍ରହଣ କରିଥାନ୍ତେ।
ଜଳ ବିଭାଜିକାରେ ପୋଖରୀ ଖୋଳା, ଲୋକଙ୍କୁ ଗଛ ଓ ମାଛ ବଣ୍ଟନ,ଗଛ ଲଗାଇ ବାଡ ପାଇଁ ସେଡ୍ ନେଟ ସପ୍ଲାଇ, ଜଳ ଓ ମୃତ୍ତିକା ସଂରକ୍ଷଣ ପାଇଁ ଅନେକ ଉନ୍ନୟନ କାର୍ଯ୍ୟ କରାଯାଇଥାଏ। ଟେଣ୍ଡର ମାଧ୍ୟମରେ ଏହି କାର୍ଯ୍ୟ କରାଯାଇ ଭେଣ୍ଡରଙ୍କ ଠାରୁ ନଗଦ ଟଂକା ନେଇଥିବା ଅଭିଯୋଗ ହେଉଛି। ଭିଜିଲାନସ ବିଭାଗର ସଂପୂର୍ଣ୍ଣ ତଦନ୍ତ ପରେ ହିଁ ସଠିକ ରିପୋର୍ଟ ମିଳିପାରିବ ବୋଲି ଭିଜିଲାନସ ବିଭାଗର ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/05/scZjxgtqQaG2xe2FqzHo.jpg)