ବ୍ରହ୍ମପୁର: ଆଜି ରାତି ପ୍ରାୟ ୯ଟା ବେଳେ ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଚିନ୍ମୟୀରାଣୀ ଶତପଥୀ (୨୩) ଓ ତାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମିଶ୍ର ବୋଲି ସୂଚନା ମିଳିଛି। ଉଭୟେ କନିଷି ଅଞ୍ଚଳର ବୋଲି ଜଣାପଡିଛି। ରାତିରେ ଦୁର୍ଗା ପ୍ରସାଦ ଓ ଚିନ୍ମୟୀ ଏକ ବାଇକ୍ (ଓଡ଼ି ୦୭ଏଚ- ୮୬୮୨)ରେ ବ୍ରହ୍ମପୁର ଅଭିମୁଖେ କୌଣସି କାମରେ ଆସୁଥିଲେ।
ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଚିନ୍ମୟୀରାଣୀ ଶତପଥୀ (୨୩) ଓ ତାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମିଶ୍ର
ଜାତୀୟ ରାଜପଥରେ ଇଚ୍ଛାପୁର ପଟୁ ଆସୁଥିବା ଏକ ଟ୍ରକ୍(ଏପି-୩୯- ୟୁଡ଼ି-୫୧୩୯) ବାଇକ୍ ପଛକୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଟ୍ରାଫିକ୍ ଥାନା ଅଧିକାରୀ କହିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ବାଇକ୍ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Fs6NIpDhuESm4z8zb9Jp.jpg)