ଭୁବନେଶ୍ବର: ଚାକିରି ପଛରେ ବଡ଼ ଦୁର୍ନୀତି, ଘଣ୍ଟା ଘଣ୍ଟା ଧରି ଘାଣ୍ଟୁଛି ସିବିଆଇ। ସକାଳୁ ସକାଳୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ଟିମ୍ ଅତର୍କିତ ଚଢ଼ାଉ କରିଛି। ନାଲ୍କୋରେ ଚାକିରି କରାଇ ଦେବା ନାଁରେ ବଡ଼ କେଳେଙ୍କାରୀ ହୋଇଥିବା ନେଇ ଅଭିଯୋଗ ପାଇବା ପରେ ଭୁବନେଶ୍ୱର ନାଲ୍କୋ ଅଫିସରେ ପସି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । କିଛି କର୍ମଚାରୀଙ୍କୁ ଝାଳବୁହା ଜେରା ସହ, ବହୁତ ଗୁଡିଏ ଦସ୍ତାବିଜ ଯାଞ୍ଚ କରି ଜବତ କରିଛି ସିବିଆଇ।
୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର କିମ୍ବା ଟଙ୍କା କାରବାରର ବଡ଼ ଘୋଟଲା ହୋଇଥିବା ସନ୍ଦେହ କରୁଛି ଟିମ୍। ତେବେ ସିବିଆଇ ଏହି କଥା ଜାଣିବା ପରେ ଦୁର୍ନୀତିରେ ଲିପ୍ତ ଦଲାଲ କାମ ଅଟକାଇ ଦେଇଛନ୍ତି । ତେବେ ଦଲାଲଙ୍କ ସମେତ ବହୁ କର୍ମଚାରୀ ଏଥିରେ ଜଡ଼ିତ ଥିବାର ସନ୍ଦେହ କରାଯାଇଥିବା ସିବିଆଇ ପକ୍ଷରୁ ଚଢ଼ାଉ କରାଯାଉଥିବା କୁହାଯାଉଛି।