ରାଇରଙ୍ଗପୁର: ଖବର ପ୍ରକାଶ ପରେ ରାଇରଙ୍ଗପୁର ସହରରେ ଲାଗିଲା ୩୨ ସିସି କ୍ୟାମେରା। ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ସହରରେ ପ୍ରାୟ ଅଧିକାଂଶ ସମୟରେ ଚୋରଙ୍କ ପ୍ରାଦୁର୍ଭାବ ବଢିଚାଲିଥିଲା। ତେବେ ଜିଲ୍ଲାର ସମସ୍ତ ଛୋଟ ବଡ ସହରରେ ସିସି କ୍ୟାମେରା ଲାଗିଥିବା ବେଳେ ରାଇରଙ୍ଗପୁର ସହରରେ ସିସି କ୍ୟାମେରା ଲାଗିନଥିଲା।
ଏନେଇ ବାରମ୍ବାର ଦାବି ସତ୍ତ୍ୱେ ସୁଫଳ ମିଳିନଥିଲା। ଦୁଇ ସପ୍ତାହ ପୂର୍ବରୁ ଏନେଇ ଦୈନିକ ସମ୍ବାଦ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଏନେଇ ଗତକାଲି ମଧ୍ୟ ପୁଣିଥରେ ଏନେଇ ଦୈନିକ ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଆଜି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସିସି କ୍ୟାମେରା ଲାଗିବା ଆରମ୍ଭ ହୋଇଛି।
ଏନେଇ କିଛି ଦିନ ପୂର୍ବରୁ ଉପଖଣ୍ଡର ସାମ୍ୱାଦିକମାନେ ମଧ୍ୟ ଦାବି କରିଥିଲେ। ଏହାକୁ ଗୁରୁତ୍ୱ ଦେଇ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ବାରମ୍ବାର ପ୍ରଶାସନ କୁ ତାଗିଦ କରିବା ପରେ ମ ସହରର ବିଭିନ୍ନ ସ୍ଥାନରେ ୩୨ ଟି ସିସି କ୍ୟାମେରା ଲଗାଯାଇଛି।
ଆଗାମୀ ଦୁଇ ଦିନ ପରେ ରଥଯାତ୍ରା ହେବାକୁ ଥିବାବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ତେଣୁ ଚୋରି ଓ ଛିନ୍ତାଇ ସାମ୍ନାକୁ ଆସିବାର ବିଶେଷ ସମ୍ଭାବନା ରହିଛି। ତେଣୁ ଏହି ସିସି କ୍ୟାମେରା କୋଏଦ ଭିଜୁଆଲ ମାଧ୍ୟମରେ ଚୋରଙ୍କୁ ଧରାଯାଇ ପାରିବ ଓ ଚୋରୀ ସଂଖ୍ୟା କମିବ ବୋଲି ସାଂସଦ ଶ୍ରୀ ମାଝୀ ନିଜ ମତ ରଖିଛନ୍ତି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/25/rairangpur-cctv-2025-06-25-21-11-11.jpg)