ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବନାଞ୍ଚଳ ପକ୍ଷରୁ ଶନିବାର ପୂର୍ବାହ୍ନରେ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ସମସ୍ତ କର୍ମଚାରୀଙ୍କୁ ନେଇ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇ ଯାଇଛି। ଏହି ଅବସରରେ ୨ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ ରଙ୍ଗଡ଼ାଛକ ଠାରୁ ଏକ ସଚେତନତା ରାଲି ବାହାରି ଗ୍ରାମ ପରିକ୍ରମା କରି ସଚେତନତା କରାଇ ଥିଲେ।
/sambad/media/media_files/3da0f155-c272-4b49-a5a9-3ac350bbf7d1.jpeg)
ରଘୁନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ଜେନା ଓ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ଦାଶଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବନପାଳ ପ୍ରଶାନ୍ତ ସିଂସାମନ୍ତ ଓ ଦୀପକ କୁମାର ପାତ୍ରଙ୍କ ସମେତ ଅନ୍ୟ ବନକର୍ମଚାରୀ ଉପସ୍ଥିତ ରହି ଏହି ପଦଯାତ୍ରା କରିବାରେ ସହଯୋଗ କରିଥିଲେ। ଏହି ବନ୍ୟପ୍ରାଣୀ ସପ୍ତାହ ପାଳନର ଲକ୍ଷ୍ୟ ହେଉଛି ବନ୍ୟପ୍ରାଣୀଙ୍କ ସୁରକ୍ଷା କିପରି କରାଯିବ ଏବଂ ତାର ରକ୍ଷଣାବେକ୍ଷଣ କରିବା ସହ ଜଙ୍ଗଲର ସଂରକ୍ଷଣ ଏବଂ ଜଙ୍ଗଲର ସୁରକ୍ଷାକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ସଚେତନତା କରାଯାଇଥିଲା।
ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ ଯୋଗ ଦେଇ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ପୋଡୁଚାଷ ବାରଣ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଙ୍ଗଲ ଆମର ବନ୍ଧୁ, ବୃକ୍ଷ ଆମର ଜୀବନ, ସେମାନଙ୍କ ପାଇଁ ପ୍ରାଣୀଜଗତ ବଞ୍ଚିରହିଛି, ବୃକ୍ଷ ବିନା ବଂଚିବା ଅସମ୍ଭବ ବିଷୟବସ୍ତୁକୁ ଆଧାର କରି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନା ସମୁଚିତ ବକୃତା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷାର ଆଗ୍ରହ ସୃଷ୍ଟି କରି ପାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/7e17f1bd-43f3-4550-accf-357e48096217.jpeg)