ଭୁବନେଶ୍ବର: ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କର ସମ୍ମିଳନୀରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି, ଶସ୍ତାରେ ହେଲିକାପ୍ଟରରେ ବୁଲିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଇଛନ୍ତି ହେଲିଟାକ୍ସି ଯୋଜନା ହେଲିଟାକ୍ସି ଯୋଗେ ସାଧାରଣ ଲୋକ କମ ଖର୍ଚ୍ଚରେ ହେଲିକପ୍ଟରରେ ଉଡ଼ିପାରିବେ | ଭୁବନେଶ୍ୱରରୁ ପୁରୀ, କୋଣାର୍କ, ଚିଲିକା, ତାରାତାରିଣୀ ଏବଂ ଗୋପାଳପୁର ଯାଇପାରିବେ ସାଧାରଣ ଲୋକ। ଝାରସୁଗୁଡ଼ା ଓ ରାଉରକେଲା ଏୟାରଲାଇନକୁ ଶୀଘ୍ର ଚାଲୁ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସେ  ନିବେଦନ କରିଛନ୍ତି।

Advertisment

ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆହୁରି କହିଛନ୍ତି, ପୁରୀରେ ଏୟାରପୋର୍ଟ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେଇଛନ୍ତି। ପରିବେଶ ମଞ୍ଜୁରୀ ମଧ୍ୟ ମିଳିଛି। କେନ୍ଦ୍ର ମନ୍ତ୍ରୀ ଚାହିଁଲେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।

ଏଣେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି। ଏବେ ଦେଶର ଅନେକ ଛୋଟ ଛୋଟ ସହରରେ ମଧ୍ୟ ବିମାନବନ୍ଦର ନିର୍ମିତ ହୋଇଛି। ବିକଶିତ ଭାରତ ୨୦୪୭ ସୁଦ୍ଧା ଦେଶରେ ୩୫୦ ନୂଆ ଏୟାରପୋର୍ଟ  କରିବା ନେଇ ଯୋଜନା ରଖିଛୁ। ଯାହାଦ୍ୱାରା  ଆସନ୍ତା ୧୦ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ  ସୃଷ୍ଟି  କରିବା ନେଇ ଲକ୍ଷ୍ୟ ରହିଛି। 

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି। ଏବେ ଦେଶର ଅନେକ ଛୋଟ ଛୋଟ ସହରରେ ମଧ୍ୟ ବିମାନବନ୍ଦର ନିର୍ମିତ ହୋଇଛି। ବିକଶିତ ଭାରତ ୨୦୪୭ ସୁଦ୍ଧା ଦେଶରେ ୩୫୦ ନୂଆ ଏୟାରପୋର୍ଟ  କରିବା ନେଇ ଯୋଜନା ରଖିଛୁ। ଯାହାଦ୍ୱାରା  ଆସନ୍ତା ୧୦ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ  ସୃଷ୍ଟି  କରିବା ନେଇ ଲକ୍ଷ୍ୟ ରହିଛି। 

ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରର କଳେବର ବୃଦ୍ଧି ହେବ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଖୁବଶୀଘ୍ର ନିର୍ମାଣ ହେବ ଟର୍ମିନାଲ ୩। ବର୍ତ୍ତମାନ ତାହା ପ୍ଳାନିଂ ଷ୍ଟେଜରେ ରହିଛି। ଯେହେତୁ ଭୁବନେଶ୍ୱର ବିମାନବନ୍ଦରର କାପାସିଟି ବଢୁଛି ସେଥିପାଇଁ ଟର୍ମିନାଲ ୩ର ଆବଶ୍ୟକତା ରହିଛି। ଏହାସହ ବିଜୁପଟ୍ଟନାୟକ ବିମାନବନ୍ଦରରେ ଥିବା ପୁରୁଣା ଟର୍ମିନାଲରେ ଆମେ ନୂଆ ବିଲଡିଂ ନିର୍ମାଣ ପାଇଁ ଯୋଜନା କରୁଛୁ। ଟର୍ମିନାଲରେ ଓଡିଶାର  କଳା, ସଂସ୍କୃତି, ଐତିହ୍ୟ ଦେଖିବାକୁ ପାଇବେ ସମସ୍ତେ। ଏହାବାଦ ଓଡ଼ିଶାରେ ୨୦ଟି ଏୟାର ଷ୍ଟ୍ରିପ  ରହିଛି। ଯାହାକୁ ଆମେ ଡେଭେଲପ କରିବା ପାଇଁ  ଯୋଜନା ରଖିଛୁ।  ଯାହାକୁ ନିକଟ ଭବିଷ୍ୟତରେ ଏୟାରପୋର୍ଟରେ  ରୂପାନ୍ତରିତ କରିବା ନେଇ ଯୋଜନା ହୋଇଛି। ମାତ୍ର ସେଥିରେ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। ପୁରୀରେ ମଧ୍ୟ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇସାରିଛନ୍ତି।