କୋରାପୁଟ: ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ ଗୁରୁବାର ‘ରାଷ୍ଟ୍ରୀୟ ଏକତା’ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ଦିବସର ଗୁରୁତ୍ବ ସଂପର୍କରେ ଅବଗତ କରାଇଥିଲେ।  

Advertisment

କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍ ଲାଙ୍ଗୁଏଜ୍ ବିଭାଗର ଡିନ୍ ତଥା ପ୍ରଭାରୀ କୁଳସଚିବ ପ୍ରଫେସର ଏନ୍‌ସି ପଣ୍ଡା ଉଦ୍‌ଘାଟନ କରିଥିଲେ। ସମାରୋହରେ ବିଜନେସ ମ୍ୟାନେମେଣ୍ଟ ବିଭାଗର ମୁଖ୍ୟ ଡ. ପଦ୍ମ ଚରଣ ମିଶ୍ର, ଲୋକସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ, ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରପେସର ଡ. ସୌରଭ ଗୁପ୍ତା, କୁଳପତିଙ୍କ ଓଏସ୍‌ଡି ପ୍ରସନଜୀତ ସିହ୍ନା,  ଡ. ଶ୍ରୀକାନ୍ତ ଏଲ୍ ଆର୍ଲେ, ଡ. ମନୋଜ କୁମାର ସିଂହ, ଡ. ସୁନୀତ ପାସୱାନ, ସହକାରୀ ପ୍ରଫେସର ଡ. ନିଶା ସବର, ସହକାରୀ ପ୍ରଫେସର ଶ୍ରୀରାମ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। 

ଦେଶର ଅଖଣ୍ଡତାକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଆଜିର ଯୁବଗୋଷ୍ଠୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପଥକୁ ଅନୁସରଣ କରିବାର ଅଛି।

-ପ୍ରଫେସର ଏନ୍‌ସି ପଣ୍ଡା, ପ୍ରଭାରୀ କୁଳସଚିବ, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ  

 

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅବସରରେ ପ୍ରଫେସର ପଣ୍ଡା କହିଥିଲେ, ଦେଶର ଅଖଣ୍ଡତାକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସର୍ଦ୍ଦାର ପଟେଲଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତାଙ୍କର କର୍ମମୟ ଜୀବନ ଭାରତ ପାଇଁ ଉତ୍ସର୍ଗୀକୃତ ଥିଲା। ଆଜିର ଯୁବଗୋଷ୍ଠୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପଥକୁ ଅନୁସରଣ କରିବାର ଅଛି। ଏହି ଅବସରରେ ସେ ଶପଥ ପାଠ କରାଇଥିଲେ। ଶ୍ରୀ ଭୋଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।