ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଶତାଧିକ ନକ୍ସଲ ଦମ୍ପତି ସଂଗଠନରେ ଥିବା ବେଳେ ବିବାହ କରିଥିଲେ। କିନ୍ତୁ ସଂଗଠନର ନିୟମ ଅନୁଯାୟୀ ସମସ୍ତେ ବନ୍ଧ୍ୟାକରଣ କରିଥିଲେ। ଫଳରେ ସେମାନେ ଆଉ ପରିବାର ବଢାଇ ପାରିବେ ନାହିଁ। କିନ୍ତୁ ଏବେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ପରିବାର ବଢ଼ାଇବାକୁ ଚାହୁଁଥିବା ବେଳେ ତାହା ସଫଳ ହୋଇପାରୁନାହିଁ। ଯେଉଁଥିପାଇଁ ଏହି ନକ୍ସଲ ଦମ୍ପତିମାନେ ଦୁଃଖରେ ରହୁଛନ୍ତି। କିନ୍ତୁ ଛତିଶଗଡ଼ ସରକାର ଜାଣିବା ପରେ ଗୃହମନ୍ତ୍ରୀ ବିଜୟ ଶର୍ମା ନକ୍ସଲଙ୍କର ଏହି ଦୁଃଖ ଦୁର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁ ନକ୍ସଲ ଦମ୍ପତିଙ୍କର ଛୁଆ ଜନ୍ମ ହୋଇପାରୁନାହିଁ। ସେମାନଙ୍କୁ ଟେଷ୍ଟ ଟ୍ୟୁବ ବେବି ପାଇଁ ସହଯୋଗ କରିବେ ସରକାର।
ଏଥିପାଇଁ ସେ ଟଂକା ଖର୍ଚ୍ଚ କରି ସେମାନଙ୍କର ପରିବାର ବଢାଇବାରେ ସହଯୋଗ କରିବେ। ସରକାରଙ୍କର ଏଭଳି ନିଷ୍ପତ୍ତି ନକ୍ସଲ ଦମ୍ପତିଙ୍କୁ ବେଶ୍ ଖୁସି ପ୍ରଦାନ କରିଛି। ପିଲାଛୁଆ ନଥିଲେ ମୃତ୍ୟୁ ସହ ସମାନ ବୋଲି କିଛି ନକ୍ସଲ କହୁଥିଲେ। କିନ୍ତୁ ଏବେ ଆଉ ତାଂକର ସେହି ଏଦେଖା ଘା‘ ରହିବ ନାହିଁ ବୋଲି ଜାଣିବା ପରେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି ନକ୍ସଲ ସଂଗଠନରେ ଯଦି କେହି ପୁରୁଷ ନକ୍ସଲ ମହିଳା ନକ୍ସଲଙ୍କ ପ୍ରେମରେ ପଡ଼ନ୍ତି କିମ୍ବା ତାଂକୁ ବିବାହ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ବିବାହ ପାଇଁ ଅନୁମତି ଦିଆଯାଇଥାଏ କିନ୍ତୁ ସର୍ତ୍ତ ରଖାଯାଇଥାଏ। ପୁରୁଷ କିମ୍ବା ମହିଳା ଦୁହିଁଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାକରଣ କରିବାକୁ ବାଧ୍ୟ।
ତେବେ ବିଶେଷକରି ପୁରୁଷମାନେ ବନ୍ଧ୍ୟାକରଣ କରିଥାନ୍ତି। ଯାହାଫଳରେ ସେମାନଙ୍କର ଜଂଗଲରେ ରହିଲେ ମଧ୍ୟ କୌଣସି ଛୁଆ ଜନ୍ମ ହୋଇନଥାଏ। ଏହି ଖବର ନକ୍ସଲ କ୍ୟାମ୍ପରେ ପହଞ୍ଚିବା ପରେ ହୁଏତ ଆହୁରି ଅଧିକା ନକ୍ସଲ ଦମ୍ପତି ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ବୋଲି ଆଶା ପ୍ରକଟ କରାଯାଇଛି। ଏଥିସହ ସମସ୍ତ ସହଯୋଗ ସରକାର ଏହି ଦମ୍ପତିକୁ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
Malkangiri | maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/13/naxal-2025-07-13-20-44-34.jpg)