ଭୁବନେଶ୍ବର/ବୈପାରିଗୁଡା: କୋରାପୁଟଜିଲ୍ଲା ବୈପାରିଗୁଡା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକମାନଙ୍କ ନିକଟ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ। ଏଣେ ଆହତମାନଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେ ମୃତକମାନଙ୍କ ପରିବାରକୁ ସମବେଦନା ବି ଜଣାଇଛନ୍ତି।
/sambad/media/media_files/2024/12/29/1M3bzFQ5HI7dNchfUmT4.jpg)
ଅଧୁରା ରହିଗଲା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ। ଏକ ପର୍ଯ୍ୟଟନ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋରାପୁଟ ଜିଲ୍ଲା ବୈପାରିଗୁଡାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରଠାରେ।
/sambad/media/agency_attachments/2024-07-24t043029592z-sambad-original.webp)