ଭୁବନେଶ୍ବର: ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ସେଠାକାର ବିଶେଷାଙ୍କ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖିବା ଲାଗି ଲୋକଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଥିଲା। ତାଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂହ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଓ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ଆହୁର ୮ଟି ପୂଜାମଣ୍ଡପ ବୁଲିବେ ବୋଲି ସୂଚନା ରହିଛି।
ଏଣେ ପୂଜାମଣ୍ଡପ ବୁଲିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ତେଣେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ସେଠି ପୂଜାମଣ୍ଡପ ବୁଲିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/l14JtNMk5y57utKTzJHr.jpeg)