ବାରିପଦା: ‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ଡିବିଟି ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାର ଛଉ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ‘ସୁଭଦ୍ରା’ ଟଙ୍କା ପଠାଇବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ, ଉପ ମୁଖ୍ୟ ସଚେତକ ଗୋବିନ୍ଦ  ଚନ୍ଦ୍ର ଦାସ, ବିଧାୟକ ସନାତନ ବିଜୁଳି ପ୍ରମୁଖ ଉପସ୍ଥିତ ଅଛନ୍ତି। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାର ଆରପିଜିରେ ରହିଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକାପ୍ଟର ଯୋଗେ ପହଞ୍ଚିଥିଲେ। ସେଠାରୁ ବାରିପଦା ପୌରପରିଷଦକୁ ଯାଇ ସେଠାରେ ବରପୁତ୍ର ଗୋପବନ୍ଧୁ ଦାସଙ୍କ ସହ ଅନ୍ୟ ବରପୁତ୍ରଙ୍କ ପ୍ରତିମୂତ୍ତିଙ୍କୁ ସମ୍ମାନ ଜଣାଇବା ପରେ ଛଉ ପଡ଼ିଆକୁ ଯାଇଥିଲେ। ଏଥିଲାଗି ଆଜି ବାରିପଦା ଚଳଚଞ୍ଚଳ ହୋଇଉଠିଛି।