କେନ୍ଦୁଝର: ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରିବେଶ ସୁରକ୍ଷା ଅଭିଯାନ ‘ପୁନଶ୍ଚ ପୃଥିବୀ’ ବିଭିନ୍ନ ସ୍ଥାନରେ ଆୟୋଜିତ ହେବା ପରେ ଆଜି କେନ୍ଦୁଝରରେ ଅନୁଷ୍ଠିତ ହେଉଛି। ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ ପ୍ରମୁଖ ବି ଏଥିରେ ଉପସ୍ଥିତ ଅଛନ୍ତି।
ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ। ଏଥିରେ ଉଦବୋଧନ ଦେଇ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ପରିବେଶ ପଞ୍ଚାୟତର ଆଭିମୁଖ୍ୟ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଇତିମଧ୍ୟରେ ଓଡ଼ିଶାରେ ୬୦ଟି ସ୍ଥାନରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇସାରିଲାଣି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/YkQz4DuvhHh9vTG8Eds8.jpeg)