ରାଉରକେଲା: ଶନିବାର ଦିନ ହକି ଇଣ୍ଡିଆ ଲିଗ୍‌ର ଫାଇନାଲ ମ୍ୟାଚ୍‌ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ। ଉକ୍ତଦିନ ସଂନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷିତ ହେବ। ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍‌ ନାୟିକା ସାରା ଅଲୀ ଖାନ ଯୋଗଦେବେ। ସାରା ନିଜର ବିଭିନ୍ନ ହିଟ୍‌ ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିବେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହେବ। ଏଥିପାଇଁ ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ମ୍ୟାଚ୍‌ ସନ୍ଧ୍ୟା ୬.୧୫ ମିନିଟ୍‌ ପରିବର୍ତ୍ତେ ଅଧ ଘଣ୍ଟା ଆଗରୁ, ଅର୍ଥାତ୍‌ ୫.୪୫ ମିନିଟ୍‌ରେ ଆରମ୍ଭ ହେବ। ଏହାସହ ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପଲ୍ଲୀଶ୍ରୀ ମେଳାଙ୍କୁ ଉଦ୍‌ଘାଟନ କଲାପରେ ଫାଇନାଲ ମ୍ୟାଚ୍‌ରେ ଯୋଗଦେବେ।

Advertisment

ସୈଫ୍‌ଙ୍କ ଝିଅ ସାରାଙ୍କ ‘କେଦାର୍‌ନାଥ୍‌’କୁ ନେଇ ଟଣାଓଟରା

ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍‌ ନାୟିକା ସାରା ଅଲୀ ଖାନ ଯୋଗଦେବେ। ସାରା ନିଜର ବିଭିନ୍ନ ହିଟ୍‌ ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିବେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହେବ। ଏଥିପାଇଁ ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ମ୍ୟାଚ୍‌ ସନ୍ଧ୍ୟା ୬.୧୫ ମିନିଟ୍‌ ପରିବର୍ତ୍ତେ ଅଧ ଘଣ୍ଟା ଆଗରୁ, ଅର୍ଥାତ୍‌ ୫.୪୫ ମିନିଟ୍‌ରେ ଆରମ୍ଭ ହେବ। ଏହାସହ ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପଲ୍ଲୀଶ୍ରୀ ମେଳାଙ୍କୁ ଉଦ୍‌ଘାଟନ କଲାପରେ ଫାଇନାଲ ମ୍ୟାଚ୍‌ରେ ଯୋଗଦେବେ।

ଉଲ୍ଲେଖଯୋଗ୍ୟ, ଗତ ୨୮ ତାରିଖରେ ହକି ଇଣ୍ଡିଆ ଲିଗ୍‌ର ଉଦ୍‌ଘାଟନୀ ଉତ୍ସବରେ ସାରା ଅଲୀ ଖାନ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିଲା।