ଭୁବନେଶ୍ବର: ବିଜେପି ସରକାର ଆସିବା ପରେ ବଢିଛି ଚାଷୀଙ୍କ ଆୟ। ବିଜେଡି ସରକାରରେ ଦେଶରେ ତଳ ଆଡୁ ଦୁଇ ନମ୍ବରରେ ଥିଲା ଓଡ଼ିଶା। ଆମ ସରକାରରେ ଚାଷୀଙ୍କୁ ବାର୍ଷିକ ୫୮ ହଜାର ଟଙ୍କା ସହାୟତା ଦିଆଯାଉଛି। ସିଏମ କିଷାନ ଟଙ୍କା ବାଣ୍ଟି କିଛି ଏଭଳି ଢଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୪ ମାସ ପୂର୍ବରୁ ବିଜେଡି ସରକାର ବେଳେ ରିପୋର୍ଟ କହୁଛି ଚାଷୀଙ୍କ ଲାଭ ହେଉନଥିଲା ବେଶୀ କ୍ଷତି ହେଉଥିଲା। ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ପଛରେ ରହୁଥିଲା ଓଡ଼ିଶା। ଦେଶରେ ଦ୍ଵିତୀୟ ସର୍ବନିମ୍ନ ଥିଲା। ତଳ ଆଡ଼ୁ ଦ୍ଵିତୀୟ। ଆମ ସରକାର ଏହି ପ୍ରସଙ୍ଗଙ୍କୁ ଗୁରୁତର ସହ ବିଚାରକୁ ନେଲେ। ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଗଲା ଇନପୁଟ ସବସିଡି ପାଇଁ. ଉଭୟ ଖରିଫ ଏବଂ ରବିରେ ୧୯ ଲକ୍ଷ ୭୨ ହଜାର ଚାଷୀଙ୍କୁ ଇନପୁଟ ସବସିଡି ଦିଆଯାଇଛି। ଏବେ ରେକର୍ଡ ପରିମାଣର ୯୨ ଲକ୍ଷ ୭୩ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଚାଷୀଙ୍କୁ ୭୫୭୩ କୋଟି ଟଙ୍କାର ଇନପୁଟ ସବସିଡି ଦିଆଯାଇଛି। ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ ମିଶାଇ ବିଭିନ୍ନ ଯୋଜନା ସହାୟତରେ ଚାଷୀଙ୍କ ବାର୍ଷିକ ଆୟ ୫୮ ହଜାରକୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/10/sJM3E00TSt0ulW51hRgA.jpg)