ବ୍ରହ୍ମପୁର: ଆମ ସରକାରର ସଫଳତାକୁ ହଜମ କରିପାରୁନାହାନ୍ତି ନିନ୍ଦୁକ। ଏଥିଲାଗି ବିରୋଧୀଙ୍କୁ ହଜମ ଗୋଲି ଦରକାର।ପୂର୍ବ ସରକାର ମହିଳା ସଶକ୍ତିକରଣକୁ କେବଳ ସ୍ଲୋଗାନରେ ସୀମିତ ରଖିଥିଲେ। ପୂର୍ବ ଫାଇଭ୍ ଟି ସରକାର ଗରିବଙ୍କ ଦୁଃଖ ବୁଝିନାହାନ୍ତି। ଗତ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟର ସରକାର ଥିଲା। ପୂର୍ବ ସରକାରକୁ ଟାରେଗ୍ଟ୍ କରି ବ୍ରହ୍ମପୁରରେ ଆୟୋଜିତ ସୁଭଦ୍ରା ଟଙ୍କା ବିତରଣ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଆମେ ନଅ ମାସରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ଦେଲୁ। ଆଜି ୫ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ଓଡ଼ିଶା ସରକାର। ଏଭଳି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ। ଗରିବଙ୍କ ଝିଅ ବାହାଘର କରିବେ ଆମ ସରକାର। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା ଆରମ୍ଭ କରିଛୁ। ସମସ୍ତଙ୍କର ଇଚ୍ଛା ଥାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ। ଏଥିପାଇଁ ଆମ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ମୁଁ ସେମାନଙ୍କୁ ପଚାରୁଛି ବିଗତ ସରକାର ୨୪ ବର୍ଷ ହେଲା କେବଳ ମହିଳାଙ୍କ ନାଁର ସ୍ଲୋଗାନ ଦେଉଥିଲେ । ଆମେ ସରକାରକୁ ଆସିବାର ୨୪ ଘଣ୍ଟାରେ 'ସୁଭଦ୍ରା' ନିଷ୍ପତ୍ତି ନେଲୁ । ୩ ମାସରେ ପ୍ରଥମ କିସ୍ତି ଓ ୯ ମାସରେ ଦ୍ଵିତୀୟ କିସ୍ତି ଡିବିଟି ମାଧ୍ୟମରେ ଦେଇଛୁ। ଏହା ହିଁ ହେଉଛି ଡବଲ୍ ଇଞ୍ଜିନ୍ ସରକାରର ସଫଳତା । ଆମେ ନଅ ମାସରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ଦେଲୁ। ଆଜି ୫ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ଓଡ଼ିଶା ସରକାର। ଏଭଳି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ। ଗରିବଙ୍କ ଝିଅ ବାହାଘର କରିବେ ଆମ ସରକାର। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା ଆରମ୍ଭ କରିଛୁ। ସମସ୍ତଙ୍କର ଇଚ୍ଛା ଥାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ। ଏଥିପାଇଁ ଆମ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତ ମା' ଓ ଭଉଣୀମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ବ୍ରହ୍ମପୁରଠାରେ ମା'ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଦ୍ବିତୀୟ କିସ୍ତି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛି। 'ସୁଭଦ୍ରା' କେବଳ ଏକ ଯୋଜନା ନୁହେଁ, ମହିଳାମାନଙ୍କ କଲ୍ୟାଣ ଦିଗରେ ଏହା ଆମର ଏକ ସଂକଳ୍ପ। ଏହା ଓଡ଼ିଶାର 'ସୁଭଦ୍ରା'ମାନଙ୍କ ଲାଗି ଗୌରବର ମୁହୂର୍ତ୍ତ। ନାରୀ ହେଉଛି ପ୍ରକୃତି ଓ ସମାଜର ବାସ୍ତବ ବିନ୍ଧାଣୀ। ନାରୀଙ୍କୁ ସବୁଠି ଉଚ୍ଚ ସ୍ଥାନ ଦିଆଯାଇଛି। ଆମ ସଂସ୍କୃତିରେ କନ୍ୟା ପୂଜନ ଦେଖିବାକୁ ମିଳେ। ପ୍ରାଚୀନ ସଂସ୍କୃତିରେ ମଧ୍ୟ ନାରୀଙ୍କୁ ପୂଜା କରା ଯାଉଥିଲା । ମହିଳା ସଶକ୍ତିକରଣ ବିନା ପରିବାର, ସମାଜ, ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ଅସମ୍ଭବ । ଏହାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ସରକାର କାମ କରୁଛି ।