ମଥୁରା ନଗରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ର ଧନୁଯାତ୍ରା ଦେଖିବାକୁ ଆସିବେ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଆନନ୍ଦ ଉଠାଇବେ। ଏନେଇ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଧନୁଯାତ୍ରାକୁ ଏଥର ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଯାତ୍ରାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଆସିବେ ବୋଲି ସେ କହିଥିଲେ। ସେହିପରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏ ଯାତ୍ରା ବରଗଡ଼ର ଅସ୍ମିତାର ଯାତ୍ରା, କୃଷକ ଓ ବୁଣାକାରଙ୍କ ଯାତ୍ରା। ଯାତ୍ରାକୁ ମାନ୍ୟତା ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଓ ସ୍ଥାୟୀ ଗେଟ୍ ନିର୍ମାଣ ହୋଇଛି। ଆଗକୁ ସ୍ଥାୟୀ ରାଜ ଦରବାର କରିବାକୁ ଯୋଜନା ଥିବା କହିଥିଲେ। ବିଧାୟକ ଶ୍ରୀ ମହାନନ୍ଦ ଧାନରେ ସରକାର ୮୦୦ ଟଙ୍କା ବୋନସ୍ ଦେଇଛନ୍ତି ଓ ଧନୁଯାତ୍ରାରେ ମଧ୍ୟ ସହାୟତା କରିଛନ୍ତି। କଳାକାରଙ୍କଠାରୁ ନେଇ ସମସ୍ତଙ୍କ ପାଇଁ ଏ ସରକାର ଏଥର ପଦକ୍ଷେପ ନେଇଥିବା କହିଥିଲେ। ବିଧାୟକ ଶ୍ରୀ ଗଡ଼ତ୍ୟା ସରକାର ପରିବର୍ତ୍ତନ ହେବାପରେ ଏଥର ଯାତ୍ରାରେ ଅନେକ ପରିବର୍ତ୍ତନ ହୋଇଛି ବୋଲି କହିଥିଲେ।
ସୂଚନାଯୋଗ୍ୟ, ମଥୁରାନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି। ତ୍ରିପୁର ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ମଥୁରାନଗରୀ ହୋଇଛି ଥରହର। କଳାକାରମାନେ ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ ଅଭିନୟ କରି ପୁଣି ଲୋକଙ୍କୁ ଫେରାଇ ନେଇଛନ୍ତି ସେହି ଦ୍ୱାପର ଯୁଗକୁ। ହାଟପଦା ପଡ଼ିଆ ରାଜ ଦରବାରକୁ ପହଞ୍ଚିବା ପରେ ଉଦ୍ଘାଟିତ ହୋଇଥିଲା ଧନୁଯାତ୍ରା ମହୋତ୍ସବ। ସମିତିର ସଂପାଦକ ସୁରେଶ୍ୱର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତ୍ୟା, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ଯୋଗ ଦେଇଥିଲେ। ସାଂସଦ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟରେ କହିଥିଲେ, ଆମ ପରମ୍ପରା ଓ ସଂସ୍କୃତିକୁ ଆଗକୁ ନେବାକୁ ବର୍ତ୍ତମାନର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।
ଧନୁଯାତ୍ରାକୁ ଏଥର ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଯାତ୍ରାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଆସିବେ ବୋଲି ସେ କହିଥିଲେ। ସେହିପରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏ ଯାତ୍ରା ବରଗଡ଼ର ଅସ୍ମିତାର ଯାତ୍ରା, କୃଷକ ଓ ବୁଣାକାରଙ୍କ ଯାତ୍ରା। ଯାତ୍ରାକୁ ମାନ୍ୟତା ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଓ ସ୍ଥାୟୀ ଗେଟ୍ ନିର୍ମାଣ ହୋଇଛି। ଆଗକୁ ସ୍ଥାୟୀ ରାଜ ଦରବାର କରିବାକୁ ଯୋଜନା ଥିବା କହିଥିଲେ। ବିଧାୟକ ଶ୍ରୀ ମହାନନ୍ଦ ଧାନରେ ସରକାର ୮୦୦ ଟଙ୍କା ବୋନସ୍ ଦେଇଛନ୍ତି ଓ ଧନୁଯାତ୍ରାରେ ମଧ୍ୟ ସହାୟତା କରିଛନ୍ତି। କଳାକାରଙ୍କଠାରୁ ନେଇ ସମସ୍ତଙ୍କ ପାଇଁ ଏ ସରକାର ଏଥର ପଦକ୍ଷେପ ନେଇଥିବା କହିଥିଲେ। ବିଧାୟକ ଶ୍ରୀ ଗଡ଼ତ୍ୟା ସରକାର ପରିବର୍ତ୍ତନ ହେବାପରେ ଏଥର ଯାତ୍ରାରେ ଅନେକ ପରିବର୍ତ୍ତନ ହୋଇଛି ବୋଲି କହିଥିଲେ। ମହୋତ୍ସବ ସମିତି ସଭାପତି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ୱାଗତ ଭାଷଣ ଦେବା ସହ ଏହା ଏକତାର ଯାତ୍ରା ବୋଲି କହିଥିଲେ।