ରାଉରକେଲା: ସ୍ଥାନୀୟ ସେକ୍ଟର ୬ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟିଛିl ଏଥିରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ ହୋଇଛିl ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛିl ମୃତକ ହେଲେ ସେକ୍ଟର ୬ ବିବେକାନନ୍ଦପାଲିର ଅଜୟ ମହାରଣାଙ୍କ ପୁଅ ବାଦଲ ମହାରଣା (୧୨)l
ସୂଚନା ଅନୁସାରେ ସେକ୍ଟର ୬ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲରେ ଆଜି ଅପରାହ୍ଣରେ ୫ ଜଣ ଶିଶୁ ଖେଳୁଥିଲେl ଏଥିରୁ ସେକ୍ଟର-୭ ମାର୍କେଟସ୍ଥିତ ଏକ କୁକୁଡ଼ା ଦୋକାନରେ କାମ କରୁଥିବା ଅଜୟ ମହରାଣାଙ୍କ ପୁଅ ବାଦଲ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲାl ଅନ୍ୟ ୪ ଜଣ ଶିଶୁ ସେଠାରୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେl
ଅଗ୍ନିକାଣ୍ଡ ସଂପର୍କିତ ସୂଚନା ସେକ୍ଟର ୭ ଥାନା ପହଂଚି ମୃତ ଶିଶୁକୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲା l ସେଠାରେ ବାଦଲକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତିl
/sambad/media/media_files/2025/03/25/e966b326-42df-422b-b47e-efdc4f521556-581207.jpg)
ଆଜି ଅପରାହ୍ଣରେ ରାଉରକେଲାର ସେକ୍ଟର ୬ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲକୁ ଅନ୍ୟ ଦିନ ଭଳି ଆଜି ମଧ୍ୟ ୫ ଜଣ ପଶିଥିଲେ। ସେମାନେ ସେଠାରେ ଖେଳୁଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲେl ଏଥିରୁ ୧୨ ବର୍ଷ ବୟସର ଜଣେ ଶିଶୁ ଜଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲାl ଅନ୍ୟ ୪ ଶିଶୁ ସେଠାରୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେl
ସୂଚନାଯୋଗ୍ୟ, ସେକ୍ଟର ୬ସ୍ଥିତ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲ ଗତବର୍ଷ ଦୁର୍ଗାପୂଜା ପରେ ତାଲା ବନ୍ଦ ଥିଲା। ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ କିଛି କାଠ ସାମଗ୍ରୀ ଥିଲା। ପୂଜା ମଣ୍ଡପର ଗଳାବାଟ ଦେଇ ପିଲାମାନେ ପଶିଥିଲେ। ଅନ୍ୟଦିନ ପରି ଆଜି ମଧ୍ୟ ସେମାନେ ଖେଳୁଥିଲେ ଏବଂ ଅଘଟଣର ଶିକାର ହୋଇଥିଲେ। ତେବେ ପ୍ରତିଦିନ ପିଲାମାନେ ଏଠାରେ ଖେଳୁଥିବା ବେଳେ ପୂଜା କମିଟିର କୌଣସି ସଦସ୍ୟ ଓ ସ୍ଥାନୀୟ ଲୋକେ କେମିତି ନଜର ପକାଉ ନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Rourkela | Fire
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/25/1ytWiJh8z0GQjw8tmeJ0.jpg)