ବାହାରକରମରୀରେ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖଲିବା ପାଇଁ ଦାବି
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ପରିଚିତ। ଏହି ବ୍ଲକରେ ସଚେତନତା ଅଭାବ ଯୋଗୁଁ ବ୍ଳକର ଶିକ୍ଷା ହାର ଆଶାନୁରୂପ ନୁହଁ। ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ହେଉଥିବା ବେଳେ ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତରେ ଉକ୍ତ ଯୋଜନାର କୌଣସି ଫଳପ୍ରଦ ହେଉନଥିବା ଦେଖିବାକୁ ମିଳୁଛି। ବିଶେଷ କରି ପଞ୍ଚାୟତର ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଦୂରରେ ଥିବା ସହ ଜଙ୍ଗଲ ଏବଂ ପାହାଡ଼ ରାସ୍ତା ଦେଇ ପାର ହୋଇ ଆସିବା ପାଇଁ ପଡ଼ୁଥିବା ଯୋଗୁଁ ବିଦ୍ୟାଳୟ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି। ଫଳରେ ଚକଲାପଦର ପଞ୍ଚାୟତରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ଭଶୁଡି ପଡ଼ୁଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ନିକଟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନତି ଉଚ୍ଚ ବିଦ୍ୟାଳୟ ମାନ୍ୟତା ଦେଇ ଖଲିବା ପାଇଁ ଦାବି ହୋଇଛି।
ସୂଚନା ପ୍ରକାରେ ଚକଲାପଦର ପଂଚାୟତରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ୮ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଛି। ସେହିପରି ଦୁଇଟି ଚକଲାପଦର ଏବଂ ବାହାରକମରୀ ଗ୍ରାମରେ ପ୍ରଥମ ଶେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଛି। ପଞ୍ଚାୟତର ଏକ ମାତ୍ର କଂଗ୍ରା ଗ୍ରାମରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ୨୦୦୯-୧୦ ମସିହାରେ ସ୍ଥାପନ ହୋଇଛି। ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ୩ଜଣ ଶିକ୍ଷକ ନିଯୁକ୍ତି ହୋଇ ଥିବା ବେଳେ କିଭଳି ପାଠ ପଢ଼ା ହେଉଥିବ ସହଜେ ଅନୁମେୟ।
/sambad/media/media_files/2024/11/07/a73e3b71-5da0-4a2a-97f3-5e4245eb4434.jpeg)
କଂଗ୍ରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପଞ୍ଚାୟତ ଆରମ୍ଭର ପ୍ରାୟ ୫ କିଲୋମିଟର ଦୂରରେ ରହିଥିବା ବେଳେ ପଞ୍ଚାୟତର ଦୂରଦୂରାନ୍ତର ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ସମସ୍ୟା ଦେଖା ଦେଇଛି। କଂଗ୍ରା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବର୍ତ୍ତମାନ ନବମ ଶ୍ରେଣୀରେ ୬୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଦଶମ ଶ୍ରେଣୀରେ ୩୧ ଜଣ। ଦୁଇଟି ଶ୍ରେଣୀରେ ମୋଟ ୯୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।
ପଞ୍ଚାୟତର ଶେଷ ଭାଗରେ ଥିବା ଜାମକୋଟ ଗ୍ରାମର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ କଂଗ୍ରା ଆସିବା ପାଇଁ ୧୭ କିଲୋମିଟର ଦୂର ପଡ଼ୁଥିବା ବେଳେ ଡକରିକୋଟ ଏବଂ ଡାହିମାଲ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ୧୨ କିଲୋମିଟର ଦୂର ପଡୁଛି। ଭିତରକରମରି ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ୧୪ କିଲୋମିଟର ଗାଇବନ୍ଧା ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ୧୦ କିଲୋମିଟର ବାହାରକରମରୀ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ୯ କିଲୋମିଟର ଏବଂ ଲହଣ୍ଡାସିଲ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ୮ କିଲୋମିଟର ଦୂର ପଡୁଛି। ଏହି ସବୁ ଉପାନ୍ତ ଗ୍ରାମରୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଜଙ୍ଗଲ ଓ ପାହାଡ଼ ରାସ୍ତା ଦେଇ ଆସିବା ପାଇଁ ପଡିଥାଏ।
ସେହିପରି ରାସ୍ତାରେ ଭାଲୁ ଭୟ ରହୁଥିବା ଯୋଗୁଁ ଅଭିବାହାକମାନେ ସୁରକ୍ଷିତ ମନେ କରୁନଥିବା ବେଳେ ଛାତ୍ରଛାତ୍ରୀ କଂଗ୍ରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁ ନଥିବା ଜଣାପଡ଼ିଛି। ଫଳରେ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଢେର କମ ରହୁଥିବା ଦେଖିବାକୁ ମିଳୁଛି। କିଛି ଛାତ୍ରଛାତ୍ରୀ ନାମକୁ ମାତ୍ର ବିଦ୍ୟାଳୟରେ ନାମ ଲେଖି ଆସୁନଥିବା ଅଭିଯୋଗ ହୋଇଛି। ଯଦି ଚକଲାପଦର ପଞ୍ଚାୟତର ବାହାରକରମାରୀ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ମାନ୍ୟତା ଦେଇ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ମିଳିଲେ ଉପାନ୍ତ ୮ଟି ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ମାତ୍ର ୩ରୁ ୪ କିଲୋମିଟର ଦୂର ପଡ଼ିବ।
କମ ଦୂରରେ ବିଦ୍ୟାଳୟ ରହିଲେ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ା ପାଇଁ ଆଗ୍ରହ ବାଡ଼ିବା ସହ ଭବିଷ୍ୟତ ଗଢିବାରେ ସହାୟକ ହେବ। ତେଣୁ ଶିକ୍ଷା ବିଭାଗ ପକ୍ଷରୁ ଚକଲାପଦର ପଞ୍ଚାୟତର ଉପାନ୍ତ ଗ୍ରାମର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଶିକ୍ଷା ବର୍ଷରୁ ବାହାରକମରୀ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଉପାନ୍ତ ଅଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅଭିବାହାକ ଏବଂ ୮ଟି ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/07/0f125e04-e76f-484c-8c54-80c57aeac20b.jpeg)