ମାଲକାନଗିରି: ମାଲକାନଗିରି ଅଂଚଳରେ ଜଣେ ଠକ ଲୋକଙ୍କୁ ସେୟାର ମାର୍କେଟ ବା ଟ୍ରେଡିଂ ବ୍ୟବସାୟରେ ଅଧିକ ଟଙ୍କାର ରିର୍ଟନ ଦେଖାଇ ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଜଣାପଡିଛି। ସ୍ଥାନୀୟ ୱାର୍ଡ ନମ୍ବର ୨ର ବାସିନ୍ଦା କେ.ଜିତେନ୍ଦ୍ର ପାତ୍ର ଥାନାରେ ଏନେଇ ଏତଲା ଦେବା ପରେ ପୁଲିସର ତଦନ୍ତ ପରେ କୋଟିକୋଟି ଟଙ୍କା ଠକେଇ ହୋଇଥିବା ଜାଣିପାରିଛି।
କେ.ଜିତେନ୍ଦ୍ର ପାତ୍ରଙ୍କ ଏତଲା ଅନୁଯାୟୀ ୨୦୧୭ ମସିହାରେ ଦେବଜିତ ତ୍ରିପାଠୀ ମାଲକାନଗିରିରେ ଆସି ରହୁଥିଲେ। ଜିତେନ୍ଦ୍ରଙ୍କ ସାକ୍ଷାତ ୨୦୧୮ରେ ଦେବଜିତଙ୍କ ସହ ହୋଇଥିଲା। ଦେବଜିତ କଟକରେ ରହି ଟ୍ରେଡିଂ ବ୍ୟବସାୟ କରୁଥିବା ଜିତେନ୍ଦ୍ରଙ୍କୁ କହିଥିଲେ। ୫୦ ହଜାର ଟଂକା ନିବେଶ କଲେ ୩ ମାସରେ ୨୦ ପ୍ରତିଶତ ଟଂକା ପାଇବେ ବୋଲି ଲୋଭ ଦେଖାଇଥିଲେ। ଜିତେନ୍ଦ୍ର ମଧ୍ୟ ଲୋଭରେ ପଡି ୫୦ ହଜାର ଟଂକା ଦେଲେ। ଦେବଜିତ ୩ ମାସ ପରେ ୨୦ ପ୍ରତିଶତ ଟଂକା ଦେଇଥିଲେ। ଟଂକା ପାଇବା ପରେ ଧୀରେଧୀରେ ଜିତେନ୍ଦ୍ର ତାଙ୍କୁ ୪୦ ଲକ୍ଷ ଟଂକା ପର୍ଯ୍ୟନ୍ତ ଦେଇ ଚାଲିଲେ।
୫୦ ହଜାର ଟଂକା ନିବେଶ କଲେ ୩ ମାସରେ ୨୦ ପ୍ରତିଶତ ଟଂକା ପାଇବେ ବୋଲି ଲୋଭ ଦେଖାଇଥିଲେ। ଜିତେନ୍ଦ୍ର ମଧ୍ୟ ଲୋଭରେ ପଡି ୫୦ ହଜାର ଟଂକା ଦେଲେ। ଦେବଜିତ ୩ ମାସ ପରେ ୨୦ ପ୍ରତିଶତ ଟଂକା ଦେଇଥିଲେ।
ତେବେ ଜିତେନ୍ଦ୍ର ଟଂକା କେଉଁ କମ୍ପାନିରେ ପକାଇଛ ବୋଲି ପଚାରିବା ସହ ଟଂକା ମାଗିବାରୁ ଦେବଜିତ ତୁମର ଆଇଡି ବନ୍ଦ ହୋଇଥିବା କହିଥିଲେ। ପୁଣି ଦେବଜିତ ଆଇଡି ବନ୍ଦ ହୋଇଥିବା କହି ପୁଣି ୨୨ ଲକ୍ଷ ଟଂକା ମାଗିଲେ। ଜିତେନ୍ଦ୍ର ପୁଣି ଧାର ଉଧାର କରି ୨୨ ଲକ୍ଷ ଦେଲେ। ଜିତେନ୍ଦ୍ର ଟଂକା ମାଗିବାରୁ ତୁମର ପାନ୍ ଓ ଆଧାର କାର୍ଡ ମେଚ କରୁନଥିବା କହି ୧୦ ଲକ୍ଷ ଟଂକା ମାଗିଲେ। ଏହି ଟଂକା ପକାଇଲେ ତୁମର କମିସନ ଆସିବ ବୋଲି ବୁଝାଥିଲା ଦେବଜିତ। ପୁଣି କହିଲେ ଯେ ଟଂକା ପାଇବାକୁ ହେଲେ ଆହୁରି ୧୦ ଲକ୍ଷ ଟଂକା ପକାନ୍ତୁ। ଏଭଳି ୮୦ ଲକ୍ଷ ଟଂକା ଯିତେନ୍ଦ୍ର ଦେବଜିତଙ୍କୁ ଦେଲେ।
ତେବେ ସମସ୍ତ ଟଙ୍କା କମିସନ ସହ ମାଗିବାରୁ ଦେବଜିତ ଡରାଇବା ଆରମ୍ଭ କରିଥିଲେ। ତୁମେ ମୋତେ ମାନସିକ ଯନ୍ତ୍ରଣା ଦେଉଛ ବୋଲି କହିବା ସହ ତୁମ ନାମରେ କେଶ କରିବି ବୋଲି ଧମକାଇଥିଲେ। ଏହି ଘଟଣା ୧୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଜିତେନ୍ଦ୍ର ଟଂକା ନପାଇବାରୁ ବାଧ୍ୟ ହୋଇ ମାଲକାନଗିରି ଥାନାରେ ଗତବର୍ଷ ଅଗଷ୍ଟ ୯ ତାରିଖରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ମାଲକାନଗିରି ପୁଲିସ ଦେବଜିତକୁ ଗିରଫ କରିଛି। ତେବେ ପୁଲିସ ତଦନ୍ତରେ ଜାଣିପାରିଛି ଯେ ଦେବଜିତ ଅନ୍ୟ ୫ ଜଣକୁ ମଧ୍ୟ ଟ୍ରେଡିଂ ନାମରେ ୩ କୋଟିରୁ ଊର୍ଦ୍ଧ୍ବ ଟଂକା ଠକିଛି।
Malkangiri | fraud-case