ଭୁବନେଶ୍ବର: ଦୀପାବଳୀ ବା ଅନ୍ୟ ପର୍ବପର୍ବାଣି ସମୟରେ କୃଷି ବିଭାଗର କୌଣସି ଅଧିକାରୀ ଓ କର୍ମଚାରୀ ଉପହାର ଗ୍ରହଣ କରିବେ ନାହିଁ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇସେ ଏକ ସର୍କୁଲାର ଜାରି କରିଛନ୍ତି।
କୌଣସି ବ୍ୟକ୍ତି ବା ଏଜେନ୍ସି ଠାରୁ ଉପହାର ଗ୍ରହଣ କରିବେ ନାହିଁ
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଅନୁଯାୟୀ ସାଧାରଣତଃ ପର୍ବପର୍ବାଣି ସମୟରେ ବିଭିନ୍ନ ବ୍ୟକ୍ତି ବା ସଂଗଠନ ଉପହାର ଦେବାର ନଜିର ରହିଛି। ଏପରି ପ୍ରଚଳନ ଆମର ନିରପେକ୍ଷତା ଓ ସତ୍ୟନିଷ୍ଠା ସମ୍ବନ୍ଧରେ ଭ୍ରମ ସୃଷ୍ଟି କରିପାରେ। ଏଣୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କେହି ଅଧିକାରୀ ବା କର୍ମଚାରୀ କୌଣସି ବ୍ୟକ୍ତି ବା ଏଜେନ୍ସି ଠାରୁ ଉପହାର ଗ୍ରହଣ କରିବେ ନାହିଁ। ଯେଉଁମାନେ ଏଭଳି ଉପହାର ଗ୍ରହଣ କରିବେ, ସେମାନେ ନିର୍ଦ୍ଦେଶର ଉଲ୍ଲଂଘନ କରୁଥିବା ପରିଗଣିତ ହେବା ସହ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ବିବେଚିତ ହେବେ।
Agriculture