ଭୁବନେଶ୍ବର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଯାଇଛି। ଦେଶର ୨୪୪ଟି ଜିଲ୍ଲାରେ କରାଯାଇଥିବା ମକ୍ ଡ୍ରିଲ୍ ପାଇଁ ଆଜି ସାଇରନ୍ ବାଜିଛି। ପ୍ରଥମ ସାଇରନ୍ ବାଜିବା ପରେ ମକ୍ ଡ୍ରିଲ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଆଉଥରେ ସାଇରନ୍ ବାଜିଲା ପରେ ଅଭିଯାନ ବନ୍ଦ କରାଯାଇଥିଲା। ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ୧୨ଟି ସ୍ଥାନରେ ସାଇରନ୍ ବାଜିଥିଲା।
ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ର ଆୟୋଜନ କରାଯାଇଥିଲା। ଏହି ମକ୍ ଡ୍ରିଲ୍ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରକୁ ସାମିଲ କରାଯାଇଥିଲା। ଯୁଦ୍ଧ ସମୟରେ ଓ ବୋମା ବିସ୍ଫୋରଣ ହେବ କି ଅଗ୍ନିକାଣ୍ଡ ଘଟଣାର ପରବର୍ତ୍ତୀ ସମୟରେ କିଭଳି ମୁକାବିଲା କରାଯାଇପାରିବ ସେନେଇ ପୁଲିସ, ଅଗ୍ନିଶମ ବାହିନୀ, ଏନ୍ସିସି ଟିମ୍ ଅଭ୍ୟାସ କରିଛନ୍ତି।
ଏହି ଅଭ୍ୟାସ ଦ୍ବାରା ଲୋକମାନେ ପରିସ୍ଥିତିକୁ ଭଲ ଭାବରେ ବୁଝିବେ। ଜରୁରୀକାଳୀନ ସମୟରେ କିଭଳି ଆତ୍ମରକ୍ଷା କରିବେ ଶିକ୍ଷାଲାଭ କରିପାରିବେ। ସେହିପରି ଉଦ୍ଧାରକାରୀ ଟିମ୍ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ କିଭଳି ଉଦ୍ଧାର କରିବେ ତାହାର ଅଭ୍ୟାସ ହେଉଛି ଏହି ମକ୍ ଡ୍ରିଲ।
-ସୁରେଶ ଦେବଦତ୍ତ ସିଂ, ପୁଲିସ କମିସନର
ସାଧାରଣତଃ ଯୁଦ୍ଧ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହିଭଳି ସାଇରନ୍ ବାଜିଥାଏ। ଯୁଦ୍ଧ ସମୟରେ ସାଇରନ୍ ବାଜିବାର ଗୁରୁତ୍ବ ରହିଛି, ଯେଉଁଥିରେ ଲୋକଙ୍କୁ ଆକାଶରୁ ଆକ୍ରମଣ ନେଇ ଚେତାବନୀ, ଏୟାରଫୋର୍ସ ସହିତ ରେଡିଓ ସଂପର୍କ ପରିଚାଳନା, ବ୍ଲାକଆଉଟ୍ ଓ ନିୟନ୍ତ୍ରଣ କକ୍ଷର ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ଅଭ୍ୟାସ କରାଯାଇଥାଏ। ଯୁଦ୍ଧର ସାଇରନ ୨ରୁ ୫କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥାଏ। ଏହା ସାଧାରଣ ଆଲାରାମ ଅଥବା ଆମ୍ବୁଲାନ୍ସର ସାଇରନ ଠାରୁ ଭିନ୍ନ। ଏହା ବିକଟାଳ ଶଦ୍ଦ କରୁଥିବା ଚୋତାବନୀ ସିଷ୍ଟମ୍, ଯାହାକି ୧୨୦ରୁ ୧୪୦ ଡିସିବଲ ପର୍ଯ୍ୟନ୍ତ ଶଦ୍ଦ ଶୁଣାଯାଇଥାଏ।
Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/07/xKESTlglY2XJSlBn79CM.jpg)