ବେଙ୍ଗାଲୁରୁ: କର୍ଣ୍ଣାଟକର ବଲ୍ଲାରୀରେ ବାଲ୍ମୀକିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ନାରା ଭାରତ ରେଡ୍ଡୀ ଏବଂ ଗାଲି ଜନାର୍ଦ୍ଦନ ରେଡ୍ଡୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଦେଖିବାକୁ ମିଳିଥିଲା। ଏହା ଭୟଙ୍କର ରୂପ ଧାରଣ କରି ଶେଷରେ ଗୁଳିଚାଳନା ହୋଇଥିଲା । ଏହି ଗୁଳି ଚାଳନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ପରସ୍ପର ବିରୋଧୀ ରାଜନୈତିକ ଦଳ ମଧ୍ୟରେ ବିବାଦ ଦେଖାଦେବା କଥା ସାଧାରଣ କଥା। କିନ୍ତୁ ଏହି ବିବାଦ ସମୟରେ କିଛି ଲୋକ ନିଜର ପ୍ରିୟ ଦଳକୁ ସମର୍ଥନ କରିବା ପାଇଁ ଆଇନକୁ ନିଜ ହାତକୁ ନେଇଥାନ୍ତି। ଆଉ ଶେଷରେ ଅନେକ ଲୋକ ନିଜ ଜୀବନକୁ ଜାଣି ଜାଣି ଶେଷ କରିଦେଇଥାଆନ୍ତି। ସେହିପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଘଟିଥିବାର ଦେଖିବାକୁ ମିଳିଛି। ଯେଉଁଠାରେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଜଣେ ଲୋକ ମତ୍ୟୁବରଣ କରିଛନ୍ତି।
ବ୍ୟାନର ଲଗାଇବାକୁ ନେଇ ବିବାଦ
କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଏକ ବାଲ୍ମୀକି ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ବ୍ୟାନର ଲଗାଇବାକୁ ନେଇ ବିବାଦ ଦେଖାଦେଇଥିଲା। ଦୁଇ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଏତେ ବଢ଼ି ଯାଇଥିଲା ଯେ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ରିପୋର୍ଟ ଅନୁଯାୟୀ କଂଗ୍ରେସ କର୍ମୀମାନେ ବ୍ୟାନର ଲଗାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ବିରୋଧୀ ବିଧାୟକଙ୍କ ସମର୍ଥକମାନେ ସେମାନଙ୍କୁ ଅଟକାଇଥିଲେ ଯାହା ଫଳରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଶେଷରେ ଗୁଳିଚାଳନା ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଗୁଳି ଚାଳନାରେ ଜଣଙ୍କର ମୃତ୍ୟୁ ହୋଇଥିଲା।
ପୁଲିସର ସୁରକ୍ଷା ଜାରି
କଂଗ୍ରେସ ବିଧାୟକ ନାରା ଭାରତ ରେଡ୍ଡୀ ଏବଂ କେଆରପିପି ବିଧାୟକ ଗାଲି ଜନାର୍ଦ୍ଦନ ରେଡ୍ଡୀଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଜଣାପଡ଼ିଛି, ଯାହାଫଳରେ ଦୁଇପକ୍ଷର ଲୋକମାନେ ଠେଲାପେଲା ଏବଂ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ। ଉଭୟ ପକ୍ଷର କିଛି ଲୋକ ସାମାନ୍ୟ ଆହତ ହୋଇଥିଲେ ଏବଂ ଗୁଳି ଚାଳନା ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/12/RLCSjJj92SIjmOFxMtOe.jpg)