ବାଲେଶ୍ୱର: ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି  ଜାରି ହୋଇଥିବା ଦୋକାନ ବନ୍ଦ ଆଦେଶ ସମ୍ବନ୍ଧରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Advertisment

ଏଥିରେ କୁହାଯାଇଛି ଆସନ୍ତା ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ସାଧାରଣ ଶାନ୍ତି-ଶୃଙ୍ଖଳାକୁ ନିଶ୍ଚିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ଆଦେଶ ଜାରି କରାଯାଇଛି। ଏହି ଆଦେଶ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ, ଯାହା ୨୦୨୫ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର  ରହିବ। ଏହି ବ୍ୟବସ୍ଥା ମାତ୍ର ରାତି ସମୟରେ ଅନାବଶ୍ୟକ ଭିଡ଼ ହେବାକୁ ବାରଣ କରିବା ଓ ଶାନ୍ତିପୂର୍ଣ୍ଣ ପରିବେଶ ରଖିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି।

ଆସନ୍ତା ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ସାଧାରଣ ଶାନ୍ତି-ଶୃଙ୍ଖଳାକୁ ନିଶ୍ଚିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ଆଦେଶ ଜାରି କରାଯାଇଛି। ଏହି ଆଦେଶ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ, ଯାହା ୨୦୨୫ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର  ରହିବ। ଏହି ବ୍ୟବସ୍ଥା ମାତ୍ର ରାତି ସମୟରେ ଅନାବଶ୍ୟକ ଭିଡ଼ ହେବାକୁ ବାରଣ କରିବା ଓ ଶାନ୍ତିପୂର୍ଣ୍ଣ ପରିବେଶ ରଖିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି।

ଏହା ଦ୍ୱାରା ସ୍ପଷ୍ଟ କରାଯାଉଛି ଯେ ଜିଲ୍ଲାରେ କୌଣସି କର୍ଫ୍ୟୁ ଜାରି ହୋଇନାହିଁ। ଏ ସମ୍ବନ୍ଧରେ  ଯେକୌଣସି ଅପପ୍ରଚ।ର କିମ୍ବା ଭୁଲ ସୂଚନା ଅସତ୍ୟ ଅଟେ। ସମସ୍ତଙ୍କୁ ଅନୁରୋଧ ଯେ ଏପରି  ଅପପ୍ରଚାର ପ୍ରସାରଣରୁ ଦୂରରେ ରହନ୍ତୁ ଓ ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁସରଣ କରନ୍ତୁ।