ଭଦ୍ରକ: ପୃଥିବୀକୁ ବଞ୍ଚାଇବା କ୍ଷମତା କେବଳ ଆଗାମୀ ପିଢ଼ି ଉପରେ ନିର୍ଭର କରେ। ଆଗାମୀ ପିଢ଼ି ସୁଖ ବିଳାସୀ ନ ହୋଇ ବାସ୍ତବବାଦୀ ହେବା ଆବଶ୍ୟକ! ପୃଥିବୀ ଆମର ମା। ତେଣୁ ମାଆକୁ ବଞ୍ଚାଇବାକୁ ହେଲେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆଗାମୀ ପିଢ଼ି ନେବା ଆବଶ୍ୟକ ବୋଲି ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁନଶ୍ଚ ପୃଥିବୀ ଓ କ୍ଲାଇମେଣ୍ଟ ପଞ୍ଚାୟତ ସଭାରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।
ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୁନଶ୍ଚ ପୃଥିଇବୀ ଓ ପରିବେଶ ପଞ୍ଚାୟତ ସଭାକୁ ଉଦ୍ଘାଟନ କରି ବିଧାୟକ ଶ୍ରୀ ମହାପାତ୍ର କହିଲେ, ଆମେ ଆମ ପରିବେଶକୁ ନିଜ ହାତରେ ନଷ୍ଟ କରୁଛନ୍ତି। ଆମ ପରିବେଶ ବଞ୍ଚିଲେ ଆମ ପୃଥିବୀ ବଞ୍ଚିବା। ଆମ ପୃଥିବୀ ବଞ୍ଚିଲେ ଆମ ବଞ୍ଚିବା ବୋଲି ବିଧାୟକ ନିଜର ମତ ରଖିଥିଲେ।
ସମ୍ବାଦର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ ସାରା ଓଡ଼ିଶାରେ ସବୁ ନିର୍ବାଚନ ମଣ୍ଡଳୀରେ ଏଭଳି ପରିବେଶ ପଞ୍ଚାୟତ ସଭାରେ ଆୟୋଜନ କରି ଆମ ପରିବେଶ ସୁରକ୍ଷା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି। ତାହା ଅତ୍ୟନ୍ତ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଶ୍ରୀମତୀ ପଟ୍ଟନାୟକଙ୍କର ଏହି ଉଦ୍ୟମ ଜାରି ରହୁ । ତାଙ୍କର ଏହି ଉଦ୍ୟମ ପୃଥିବୀକୁ ଆଉ ଥରେ ନୂଆ କରି ଗଢ଼ିତୋଳିବାରେ ସହାୟକ ହେଇବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରୁଥିଲେ।
ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରାଣୀତାଲ ସମ୍ବାଦ ସାହିତ୍ୟ ଘରର ସଭାପତି ତଥା ସମାଜସେବୀ ଭାଗିରଥି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଯୋଗଦେଇ କହିଲେ ଆମ ପରିବେଶ ପାଇଁ ବ୍ୟାପକ ବୃକ୍ଷ ରୋପଣ ର ଆବଶ୍ୟକ ରହିଛି। ଆମେ ଯେତେ ଗଛ କାଟି ଦେଉଛନ୍ତି। ତାହା ଦ୍ଵାରା ଆମ ପରିବେଶ ନଷ୍ଟ ହୋଇଯାଇଛି। ପରିବେଶ ପଞ୍ଚାୟତ କାରି ସମ୍ବାଦ ପକ୍ଷରୁ ଯେଉଁ ସଚେତନତାର ବାର୍ତ୍ତା ଦିଆ ଯାଇଛି ତାହାକୁ ମୁଁ ସ୍ଵାଗତ କରୁଛି। ଆମ ପରିବେଶ ର ସୁରକ୍ଷା ଆମକୁ କରିବାକୁ ପଡ଼ିବ। ନହେଲେ ଆମ ଆଗାମୀ ପୀଢ଼ି ଅସୁବିଧାରେ ପଡ଼ିବେ ବୋଲି ଶ୍ରୀମତୀ ନାୟକ ନିଜ ବକ୍ଟବ୍ୟରେ କହିଥିଲେ। ସଭାରେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ ହବିବ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ କହିଲେ, ପୃଥିବୀ ତ ରହିଛି।
ପୁନଶ୍ଚ ପୃଥିବୀ କାହିଁକି। ଏଭଳି ଏକ ନୂଆ ପରିକଳ୍ପନା କରିବା ପଛରେ ଉଦ୍ଦେଶ୍ୟ ହେଉଛି, ଆମେ ଆମ ନିଜ ହାତରେ ଆମ ପୃଥିବୀକୁ ନଷ୍ଟ କରି ଦେଉଛନ୍ତି। ଆମ ପରିବେଶ ନଷ୍ଟ ହୋଇଗଲେ ପୃଥିବୀ ନଷ୍ଟ ହୋଇଯିବ। ଆମେ ଏତେ ମାତ୍ରାରେ ପଲିଥିନ ବ୍ୟବହାର କରୁଛନ୍ତି ଯେ, ଯାହା ଆମ ପରିବେଶ ପାଇଁ ଶୁଭଙ୍କର ନୁହେଁ। ତେଣୁ ପରିବେଶକୁ ବଞ୍ଚାଇବାକୁ ହେଲେ ଯେତେ କମ ପଲିଥିନ ବ୍ୟବହାର କରିବା। ଗଛ ଲଗାଇ ପରିବେଶକୁ ସୁସ୍ଥ ରଖିବା। ଏଭଳି ଏକ ସୁନ୍ଦର ପରିବେଶ ଭିତରେ ଆଜି ସମ୍ବାଦ ପକ୍ଷ ରୁ ପରିବେଶ ପଞ୍ଚାୟତର ଆୟୋଜନ କରାଯାଇଥିବାରୁ ଆୟୋଜକମାନକୁ ମିର ସାଧୁବାଦ ଜଣାଉଛି। ସମ୍ବାଦର ଏହି ପ୍ରୟାସ ଆମ ପରିବେଶକୁ ସୁରକ୍ଷିତ ରଖିବାରେ ସହାୟକ ହେବ ବୋଲି ଭଦ୍ରକ ପୌରାଧ୍ୟକ୍ଷା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭାରେ ଅନ୍ୟତମ ଅତିଥି ଭାବେ ଜଗଦଳପୁର ସରପଞ୍ଚ ତିଳୋତ୍ତମା ମହାପାତ୍ର, କୃଷି ବୈଜ୍ଞାନିକ ଅରୁଣ ପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ, ପଞ୍ଚସଖା ଗୋଦାବରୀଶ ସେତୁର ସଭାପତି ଗଣେଶ ପ୍ରସାଦ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନ୍ଦ୍ର ସାହୁ, ମହିଳା ସ୍ୱୟଂ ସହାୟକ ସଙ୍ଘ ର ସଭାନେତ୍ରୀ ମାଳତୀ ବେହେରା, ବିଦ୍ୟାଳୟର ଛାତ୍ରୀ ପାୟଲ ପ୍ରିୟଦର୍ଶନୀ ନାୟକ ପରିବେଶ ସଚେତନ ବିଷୟରେ ନିଜର ମତ ରଖିଥିଲେ।
ଭଦ୍ରକ ସମ୍ବାଦର ମୁଖ୍ୟ ଜିଲ୍ଲା ପ୍ରତିନିଧି ଡ଼ ହରିହର ନାୟକ ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ରାଣୀତାଲ ସମ୍ବାଦ ପ୍ରତିନିଧି ତପନ ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ! ବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଅନନ୍ୟା ପଣ୍ଡା ଓଡ଼ଶୀ ନୃତ୍ୟ ମାଧ୍ୟମରେ ଅତିଥିଙ୍କୁ ସ୍ବାଗତ କରିଥିଲେ! ସଭା ପ୍ରାରମ୍ଭରେ ଅତିଥିମାନଂକୁ ଶଙ୍ଖ, ହୁଳହୁଳି ଓ ଫୁଲ ଚନ୍ଦନ ଦେଇ ବାଜା ବଜାଇ ସ୍ବାଗତଂ କରାଯାଇଥିଲା! ଅତିଥି ମାନଂକୁ ମାଟି ପାତ୍ର ରେ ଚା ଓ ଭୋଜନ ପରିବେଷଣ କରାଯାଇଥିଲା! ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ରାହାଞ୍ଜର ପୂର୍ବତନ ସରପଞ୍ଚ ବସନ୍ତ କୁମାର ଲେଙ୍କା, ଶିକ୍ଷାବିତ ବସନ୍ତ କୁମାର ପଣ୍ଡା, ଭଦ୍ରକ ସମ୍ବାଦ ସାହିତ୍ୟ ଘରର ଜିଲ୍ଲା ଉପସଭାପତି ଜଗନ୍ନାଥ ରାଉତ, ରାଧାଶ୍ୟାମ ନାୟକ, ଯୋଗୀ ବିନୋଦ ବାରିକ, ଯୋଗୀ ଅଟଳ ବାରିକ, ସାମ୍ବାଦିକ ଗୌରହରି ନାୟକ , ସମାଜସେବୀ ସୁଜାତା ମହାପାତ୍ର, ଶଶଧର ସାମଲ, ରମେଶ ବେହେରା, ସୁବ୍ରତ ମହାନ୍ତି, ସିନ୍ଧୁଲତା ସାମଲ, ବସନ୍ତ ମହାପାତ୍ର, ପିତାମ୍ବର ଦାଶ, ଦାମୋଦର ସାହୁ, ସାଇରାମ ନାୟକ, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ମହେଶ୍ୱର ନାୟକ, ସାମ୍ବାଦିକ ନଗେନ୍ଦ୍ର ପାଣି, ପ୍ରଦୀପ ପଣ୍ଡା, ଅଶୋକ ଧୀନ୍ଦା, ସୁଶାନ୍ତ ସାହୁ, ପ୍ରଦୀପ ସାହୁ, ବିମ୍ବାଧର ଜେନା, ଗୌତମ ଚୌଧୁରୀ, ରାମଚନ୍ଦ୍ର କାର, ବ୍ରଜକିଶୋର ମହାପାତ୍ର, ସଂଗ୍ରାମ କର, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସଂଘମିତ୍ରା ସାମଲ, ହିମାଂଶୁ ଶେଖର ମଣ୍ଡଳ, ପ୍ରିୟଦର୍ଶନୀ ମଲ୍ଲିକ, ଚନ୍ଦ୍ରିକା ମୁଣ୍ଡା, ଅଲିଭା ନନ୍ଦ, ସବାଦୁନ ନିଶା, ମନୋରମା ରାୟ, ପ୍ରୀତିରେଖା ବେହେରା, ସାବିତ୍ରୀ ନାୟକ, ଅର୍ଣ୍ଣପୂର୍ଣ୍ଣା ବେହେରା, ରଶ୍ମିତା ଷଡ଼ଙ୍ଗୀ, ପୁଷ୍ପଲତା ଭୂୟାଁ, ଆରତୀ ଜେନା, ସୀତାରାମ ଦାସ ଗୁପ୍ତା, ଆଶିଷ ନାୟକ, ମଧୁସ୍ମିତା ଦାଶ, ସଂଜୁଲତା ସାହୁ କାର୍ଯ୍ୟକ୍ରମ ସଂଚଳନ ସାହାଯ୍ୟ ସହଯୋଗ କରିଥିବା ବେଳେ କୃଷ୍ଣଚନ୍ଦ୍ର ସେନାପତି ଧନ୍ୟବାଦ ପ୍ରଦାନ କରିଥିଲେ।
Bhadrak | Punascha Pruthibi