ନବରଙ୍ଗପୁର/ଝରିଗାଁ: ପୂର୍ବ ପୁରୁଷଙ୍କ ସୁନ୍ଦର ପୃଥିବୀ ନଷ୍ଟ ହେବାକୁ ଯାଉଛି। ସେମାନେ ଭଲ ଖାଉଥିଲେ ଭଲ ପରିବେଶରେ ରହୁଥିଲେ। ବର୍ତମାନ ସୁସ୍ଥ ପରିବେଶ ଆଉ ନାହିଁ। ସୁସ୍ଥ ପରିବେଶ ପାଇଁ ଜଙ୍ଗଲ ସୃଷ୍ଟି କରିବା ଏକମାତ୍ର ମାଧ୍ୟମ। ନିଜେ ସଚେତନ ହୋଇ ଅନ୍ୟକୁ ସଚେତନତା କରାଇ ସମସ୍ତେ ନିଜ ଅଞ୍ଚଳରେ ଗଛ ଲଗେଇବା ସହ ଯତ୍ନ ନେବାର ସମୟ ଆସିଛି। ନିଜ ଉଦ୍ୟମରେ ୧୦ହଜାର ଗଛ ଲଗାଯିବ। ସୁରକ୍ଷିତ ଭବିଷ୍ୟତ ଏବେ ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ ବୋଲି ଝରିଗାଁ ବିଧାୟକ ନରସିଂ ଭତରା କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ଏଭଳି  କହିଛନ୍ତି।

Advertisment

ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗ ଦେଇ ଅମ୍ଳଜାନ ପାଇଁ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି।ତେଣୁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷା ପାଇଁ ସମୟ ଦେବାର ଆବଶ୍ୟକତା ରହିଥିବା କହିଥିଲେ। ସମ୍ବାଦ ସାହିତ୍ୟଘର ସଭାପତି ବୀରେନ୍ଦ୍ର କୁମାର ପାଢ଼ୀ ଯୋଗ ଦେଇ ପରିବେଶ ପଞ୍ଚାୟତ ଉପରେ ସଚେତନ କରିବା ସହ ଜଙ୍ଗଲ ନଷ୍ଟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେଉଛି।ଫଳରେ ଜୈବ ବିବିଦତାର କ୍ଷତି ହେବା ସହ ଜଙ୍ଗଲ ଜାତ ଦ୍ରବ୍ୟର ଆଭାବ ଦେଖାଦେଉଛି।ତେଣୁ ଚାରା ରୋପଣ କରି ସୁରକ୍ଷା କରିବା ସହ ସଚେତନତା କରିବା ଓ ନୂତନ ପୃଥିବୀର ପରିକଳ୍ପନାକୁ ସାକାର କରିବା ପାଇଁ ଆହ୍ଵାନ ଦେଇଥିଲେ।

ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଖିଲାର ଯୋଗ ଦେଇ ପରିବେଶ ଆମର ଅମୂଲ୍ୟ ସମ୍ପଦ। ମଣିଷର ଭୋଗ ବିଳାସ ଜୀବନ ପାଇଁ ପୃଥିବୀ ପୃଷ୍ଟରୁ ଅନେକ ଜୀବଜନ୍ତୁ ଏବଂ ପଶୁପକ୍ଷୀ ଲୋପ ପାଇବା ସହ କିଛି ପ୍ରାକୃତିକ ସମ୍ପଦ ମଧ୍ୟ ଲୋପ ପାଇବାକୁ ବସିଲାଣି। ତେଣୁ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ।

ବୈଠକର ସଭାପତିତ୍ବ କରି ଝରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ପୁନଶ୍ଚ ପୃଥିବୀର ଆବଶ୍ୟକତା ରହିଛି ବୋଲି କହିଥିଲେ।  ସମ୍ବାଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ଭଲ ପ୍ରୟାସ, ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡିକରେ ଏଭଳି ସଚେତନତା କାର୍ଯ୍ୟକ୍ରମ କରାଗଲେ ଛାତ୍ରଛାତ୍ରୀ ମାନେ ସଚେତନ ହେବା ନିଜ ଅଞ୍ଚଳରେ ସଚେତନ କରି ଚାରା ରୋପଣ କଲେ ନିଶ୍ଚିତ ଭାବେ ପୁନଶ୍ଚ ପୃଥିବୀର କାର୍ଯ୍ୟକ୍ରମ ସଫଳ ହେବ ବୋଲି କହିଥିଲେ। ଓଡ଼ିଆ ଅଧ୍ୟାପକ ଗୋପାଳ ମହାରଣା କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଦେଇଥିଲେ। ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ରମେଶ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନବରଙ୍ଗପୁର ସମ୍ବାଦ ଜିଲ୍ଲାପ୍ରତିନିଧି ସୁରେଶ ନାଇଡୁ, କନକ ନ୍ୟୁଜ ପ୍ରତିନିଧି ନଳିନୀ ମିଶ୍ର, କ୍ୟାମେରା ମ୍ୟାନ ଜିତୁ ମାଳି ସ‌ହଯୋଗ କରିଥିଲେ।  

Nabarangpur | Punascha Pruthibi