ଭୁବନେଶ୍ବର: ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଗତ ମାସ ୩୦ ତାରିଖ ଦିନ ଔଷଧ କାରଖାନାରେ ଘଟିଥିବା ବିସ୍ଫୋରଣରେ ମୃତ ୮ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ଓଡ଼ିଶାରୁ ମୃତକମାନେ ହେଲେ
- ରାଜନାଲା ଜଗନ୍ ମୋହନ (ଛତ୍ରପୁର, ଗଂଜାମ)
- ଲଗ୍ନଜିତ ଦୁଆରି (ପାଇକରାପୁର, ତିଗିରିଆ, କଟକ)
- ମନୋଜ ରାଉତ (ପାର୍ବତୀପୁର, ସିମୁଳିଆ, ବାଲେଶ୍ବର)
- ଦୋଳ ଗୋବିନ୍ଦ ସାହୁ (ଏରବଙ୍କ, ଧର୍ମଶାଳା, ଯାଜପୁର)
- ଚଇତୁ ଭତ୍ରା (ନବରଂଗପୁର)
- ରମେଶ ଗୌଡ଼ (ନବରଂଗପୁର)
- ସିଦ୍ଧାର୍ଥ ଗୌଡ଼ (ମହାନନ୍ଦପୁର, ଗଂଜାମ)
- ପ୍ରଶାନ୍ତ ମହାପାତ୍ର (ବ୍ରହ୍ମପୁର, ଗଂଜାମ)
ମୁଖ୍ୟମନ୍ତ୍ରୀ କହିଛନ୍ତି...
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha
— CMO Odisha (@CMO_Odisha) July 4, 2025
ତେଲେଙ୍ଗାନାର ଏକ କାରଖାନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି… pic.twitter.com/cqCAyQs5jz
ସୂଚନାଯୋଗ୍ୟ, ଗତ ମାସ ୩୦ ତାରିଖ ଦିନ ଆନୁମାନିକ ପୂର୍ବାହ୍ଣ ୯ଟାରେ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାର ଏକ ଔଷଧ କାରଖାନାରେ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ପ୍ରାୟ ୪୦ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ। ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ। ଆହତମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ।
CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/04/new-project-17-2025-07-04-17-21-56.jpg)