ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଗୋଡ଼ିବିଡ଼ା ଗାଁରେ ପୋଖରୀରେ ବୁଡ଼ି ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

Advertisment

ଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର ରିତେଶ ପ୍ରଧାନ ଓ ବାହାଡାଝୋଲା ପୋଡ଼ାସାହି ଗାଁର ଶୁଭ ଖିଲାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ପରିବାର ସହ ଆସିଥିଲେl ସକାଳୁ ଉମାକାନ୍ତଙ୍କ ସହ ମିଶି ରିତେଶ ଓ ଶୁଭ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେl

 

ସୂଚନା‌ଯୋଗ୍ୟ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଗୋଡ଼ିବିଡା ଗାଁରେ ଆଜି ଏକ ବଡ଼ ଅଘଟଣ ଘଟିଛି। ଏଠାରେ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର ରିତେଶ ପ୍ରଧାନ ଓ ବାହାଡାଝୋଲା ପୋଡ଼ାସାହି ଗାଁର ଶୁଭ ଖିଲାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ପରିବାର ସହ ଆସିଥିଲେl ସକାଳୁ ଉମାକାନ୍ତଙ୍କ ସହ ମିଶି ରିତେଶ ଓ ଶୁଭ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେl ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପୋଖରୀ ନିକଟରୁ ନାବାଳକଙ୍କ ସାଇକେଲ ଓ ଚପଲ ମିଳିଥିଲାl ଏହାପରେ ୩ ଜଣଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲଶ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେl ୩ ନାବାଳକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। 

 CM Mohan Charan Majhi