ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହର୍ଷି ବ୍ୟାସଦେବଙ୍କ ଏଠି ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପବିତ୍ର ପୀଠ ବ୍ୟାସଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ ରୂପେ ପରିଚିତ। ଏହି ସ୍ଥାନରେ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉଙ୍କୁ ଏକାଠି ପୂଜା କରାଯିବାର ଏକ ନିଆରା ପରମ୍ପରା ରହିଛି।

ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ବିଝାଂରପୁର ବିଧାୟକ, ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁ, ଯାଜପୁର ବିଧାୟକ ସୁଜାତା ସାହୁ, ଯାଜପୁର ଜିଲ୍ଲା ପରିଷଦ ନଳିନୀପ୍ରଭା ଜେନା ପ୍ରମୁଖ ଉପସ୍ଥିତ ଥିଲେ। 

publive-image

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଗସ୍ତ ଅବସରରେ ବ୍ୟାସନଗର ଠାରେ ନବ ନିର୍ମିତ ଟାଉନ ହଲର ଶୁଭ ଉଦଘାଟନ କରିଛନ୍ତି। ଏନେଇ ସେ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଏହି ଟାଉନ ହଲ ବିଶେଷ ସହାୟକ ହେବ।

ରାଜ୍ଯର ମାତୃଶକ୍ତିଙ୍କ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ଵ ଦେଇ 'ସୁଭଦ୍ରା' ଯୋଜନାର ସଫଳ ରୂପାୟନ କରାଯାଇଛି। ପ୍ରତିଶ୍ରୁତି ପୂରଣ କରି ଲୋକଙ୍କ ସରକାର ଆଜି ଡିବିଟି ଜରିଆରେ ହିତାଧିକାରୀଙ୍କୁ ସିଧାସଳଖ ସହାୟତା ଯୋଗାଇଦେଇଛନ୍ତି, ଯାହାକି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଛି। ଏହି ଯୋଜନା ରାଜ୍ଯର ମାତୃଶକ୍ତିଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ସହ ସମୃଦ୍ଧ ଓଡ଼ିଶା ନିର୍ମାଣରେ ସହାୟକ ହେଉଛି। ମୋର ବିଶ୍ବାସ ସମସ୍ତ ହିତାଧିକାରୀ ନିଜକୁ ଦକ୍ଷ କରିବା ସହ ଛୋଟ ଛୋଟ ବ୍ୟବସାୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ, ଯଦ୍ୱାରା ରାଜ୍ଯର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ। 'ବିକଶିତ ଓଡ଼ିଶା' ପାଇଁ ସରକାର ଯେଉଁ ପରିକଳ୍ପନା କରିଛନ୍ତି ତାହା ମା'ମାନଙ୍କ ଉଦ୍ୟମ ଏବଂ ଯୋଗଦାନରେ ନିଶ୍ଚୟ ସଫଳ ହେବ, ଏଥିପାଇଁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

 

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମା' ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ମୋଟ ୧୮ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୯୦୦କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।