ଭୁବନେଶ୍ୱର: ‘ଅପରେସନ୍ ସିନ୍ଦୁର’ର ସଫଳତା ପାଳନ ଅବସରରେ ଭୁବନେଶ୍ୱର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏଥି ସହିତ ସେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଲିଙ୍ଗିପୁର ପଞ୍ଚାୟତର ନୂଆଗାଁ ଛକଠାରୁ ଝାଡୁମଲ୍ଲୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ସହିତ ପ୍ରାୟ ୨ କିଲୋମିଟର ଅଞ୍ଚଳ ଶୋଭାଯାତ୍ରା କରିଥିଲେ।
ସୂଚନାଯୋଗ୍ୟ ଯେ, ଦେଶବ୍ୟାପୀ ଚଳିତ ମାସ ୧୭ ଓ ୧୮ ତାରିଖରେ ପଞ୍ଚାୟତସ୍ତରରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଅପରେସନ୍ ସିନ୍ଦୁର’ର ସଫଳତା ପରେ ଏହି ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ଯେତେବେଳେ ତ୍ରିରଙ୍ଗା ତଳେ ଏକଜୁଟ୍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେନାହିଁ। ଆମ ଜାତୀୟ ପତାକା ତ୍ରିରଙ୍ଗା ହେଉଛି, ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ।
/sambad/media/media_files/2025/05/17/49252b9b-9f37-4c93-bd89-3a4a65d9e064-296132.jpg)
ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ସେନାବାହିନୀର ବୀର ଜବାନମାନେ ଆମ ମା’ମାନଙ୍କର ଓ ଭଉଣୀମାନଙ୍କର ସିନ୍ଦୂରର ମର୍ଯ୍ୟାଦା ରଖିଛନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ସଲାମ୍ କରୁଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଜୀଜୀଙ୍କ ନେତୃତ୍ୱରେ ଆମେ ସବୁ ଭାରତୀୟ ନିରାପଦ। ମୋଦୀଜୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଶାନ୍ତି ଓ ସୁରକ୍ଷା ସହିତ ରହିବା ପାଇଁ ଭାରତବର୍ଷ ଶକ୍ତିଶାଳୀ ହେବା ଜରୁରୀ, ଆବଶ୍ୟକ ପଡ଼ିଲେ ଆମ ପାଇଁ ଶକ୍ତି ପ୍ରଦର୍ଶନ ମଧ୍ୟ ଜରୁରୀ ଏବଂ ମୋଦୀଜୀ ଏହାକୁ ଅପରେସନ୍ ସିନ୍ଦୂର’ରେ ପ୍ରମାଣିତ କରି ଦେଖାଇଛନ୍ତି। ଅପରେସନ୍ ସିନ୍ଦୂର ଆଜି ସାରା ଦେଶକୁ ଆତଙ୍କବାଦ ବିରୋଧୀ ବାର୍ତ୍ତା ଦେଇଛି। ଏହା ମାଧ୍ୟମରେ ସାରା ବିଶ୍ୱକୁ ଭାରତ ଶିଖାଇ ଦେଇଛି ଯେ, ଆତଙ୍କବାଦ ଗତିବିଧି ବିରୋଧରେ ଶୂନ୍ୟ ସହନଶୀଳ ନୀତି ମଧ୍ୟ ଆମେ ଆପଣେଇପାରୁ।
ସେ ପୁଣି କହିଥିଲେ ଯେ, ଆଜି ଦେଶର ସମସ୍ତ ରାଜନୈତିକ ଦଳ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏକଜୁଟ୍ ହୋଇଛନ୍ତି । ଶତ୍ରୁର ପ୍ରତ୍ୟେକ ଆହ୍ୱାନର ଉଚିତ ଜବାବ ଦେବାପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତ୍ରିରଙ୍ଗା ଯାତ୍ରା ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍ବୁଦ୍ଧ କରିଛି । ଆମେ ସମସ୍ତେ ଏକାଠି ହୋଇ ମିଳିମିଶି କାମ କଲେ ଜୀବନର ସମସ୍ତ କଠିନ ପରିସ୍ଥିତିକୁ ଦୂର କରିପାରିବା।
CM Mohan Charan Majhi | Triranga
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/17/cm-mohan-majhi-trirnaga-687373.jpg)