ଭୁବନେଶ୍ବର: ଡଃ ସର୍ବପଲ୍ଲୀ ରାଧାକ୍ରଷ୍ଣନ ରାଧାକ୍ରିଷ୍ଣ ଥିଲେ ଜଣେ ଶ୍ରେଷ୍ଠ ଗୁରୁ। ସେ ଆମ ପାଇଁ ଶ୍ରେଷ୍ଠ ଗୁରୁ ଓ ଆଦର୍ଶ। ବୈଦିକ ପରଂପରାରେ ଆମର ପିଲାମାନେ ଗୁରୁକୁଳ ପରିବେଶରେ ଅଧ୍ୟୟନ କରୁଥିଲେ। ଆଜିକାଲି ଆଉ ସେହି ପରଂପରା ନାହିଁ। ଆଜି ଆଧୁନିକ ଶିକ୍ଷା ପ୍ରଚଳିତ ହେଉଛି। କିନ୍ତୁ ହଜାର ହଜାର ବର୍ଷର ନିଆରା ପରଂପରା ଆଜି ମଧ୍ୟ ଦେଖିବାକୁ ମିଳୁଛି। ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପରଂପରା ରହିଛି। ପରସ୍ପରକୁ ନମସ୍କାର ଓ ପ୍ରଣାମ କରାଯାଉଥିବା ପରଂପରା ରହିଛି। ଆମ ପରିବାର ଭିତରୁ କେହି ଜଣେ ପାଠ ପଢ଼ି ବିଦେଶକୁ ଯାଉଛନ୍ତି, ସେମାନେ ମଧ୍ୟ ଆମ ଭାରତୀୟ ସଂସ୍କୃତି ଓ ପରଂପରାକୁ ଭୁଲି ପାରୁ ନାହାନ୍ତି। ପବିତ୍ର ଗୁରୁଦିବସରେ ଗୁରୁ-ଶିଷ୍ୟ ପରଂପରାରା ପର୍ବକୁ ସରକାରୀ ସ୍ତରରେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫
-ଶ୍ରେଷ୍ଠ ଜିଲ୍ଲା ପୁରସ୍କାର: ଝାରସୁଗୁଡ଼ା, ଖୋର୍ଦ୍ଧା, ଜଗତସିଂହପୁର
ଜିଲ୍ଲା ଶିକ୍ଷା ଅଧିକାରୀ
- ସୋନପୁର: ଲକ୍ଷ୍ମଣ ଭୋଇ
- ସୁନ୍ଦରଗଡ଼: ଅମୂଲ୍ୟ ପ୍ରଧାନ
- ବଲାଙ୍ଗୀର: ଧ୍ରୁବ ଚରଣ ବେହେରା
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରସ୍କାର
-ଢେଙ୍କାନାଳ, ଜଗତସିଂହପୁର, ଅନୁଗୁଳ
-୧୦ ଜଣ ବ୍ଲକ ଶିକ୍ଷା ଅଧିକାରୀ ପୁରସ୍କୃତ
-୭୦ ଜଣଙ୍କୁ ଆଦର୍ଶ ଶିକ୍ଷକ ପୁରସ୍କୃତ
ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ-୨୦୨୫କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଦେଶ ଯେତେବେଳେ ସ୍ବାଧୀନତା ହାସଲ କରିଥିଲା, ସେହି ସମୟରେ ସାକ୍ଷରତା ୧୨ ପ୍ରତିଶତ ଥିଲା। ବର୍ତ୍ତମାନ ଏହି ହାର ସମ୍ମାନଜନକ ସ୍ଥିତିରେ ଅଛି। ଆଗାମୀ ଦିନରେ ଶିକ୍ଷାର ସ୍ଥିତି ଆହୁରି ଭଲ ହେବ। ଆମ ପାଖରେ ଶତପ୍ରତିଶତ ଶିକ୍ଷାର ହାର ପହଞ୍ଚିବ। ଆଜିର ଶିକ୍ଷା ପଦ୍ଧିରେ ଆମ ପାଖରେ ୨ଟି ଆହ୍ବାନ ଅଛି। ପ୍ରଥମଟି ହେଲା, ଶିକ୍ଷାର ଉନ୍ନତ ସ୍ତରକୁ ପହଞ୍ଚିବାକୁ ପୂର୍ବରୁ ଡ୍ରପଆଉଟ୍ କିଭଳି ହ୍ରାସ ପାଇବ। ଅନ୍ୟଟି ହେଲା ଗୁଣାତ୍ମକ ଶିକ୍ଷା।
ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଦର୍ଶ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜିଳ ଜଣାଇଥିଲେ। ସେହିପରି ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଥିଲେ।
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଖାଦ୍ୟ ଏବଂ ଶିକ୍ଷା ମଧ୍ୟରେ ନିବିଡ଼ ସଂପର୍କ ରହିଛି। ଯଦି ଆମ ପିଲା ପାଖରେ ଖାଦ୍ୟ ନାହିଁ, ସେ ଭଲ ପାଠ ପଢ଼ିପାରିବ ନାହିଁ। ଜ୍ଞାନର ବିକାଶ ହୋଇପାରିବ ନାହିଁ। ଏହାକୁ ଆଧାର କରି ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ବାନ୍ଧି ରଖିବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ଏବଂ ଏହାର ପ୍ରଭାବ ରହିଛି। ପିଲାମାନେ ବିଦ୍ୟାଳୟକୁ ଆସିଲେ ପୁଷ୍ଟିକର ଖାଦ୍ୟ ଖାଇଲେ, ଧୀରେଧୀରେ ପାଠ ପଢ଼ିବା ପ୍ରତି ଆଗ୍ରହୀ ହେବେ। ରାଜ୍ୟ ସରକାର ମଧ୍ୟାହ୍ଣ ଭୋଜନ ବ୍ୟବସ୍ଥାକୁ ଅଷ୍ଟମ ଶ୍ରେଣୀରେ ସୀମତି ନରଖି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସଂପ୍ରସାରିତ କରିଛନ୍ତି। ମଧ୍ୟାହ୍ନ ଭୋଜନରେ ଅଣ୍ଡା ସହିତ ସୁଷମ ଖାଦ୍ୟ ଦେଉଛନ୍ତି।
ଓଡ଼ିଶାରେ ୨୪% ଅଧିକ ଅନୁସୂଚିତ ଜନଜାତିର ପିଲା ଡ୍ରପଆଉଟ ହେଉଛନ୍ତି। ସରକାର ମାଧୋ ସିଂ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଦ୍ବାରା ପ୍ରାୟ ୩ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହୋଇଛି। ଓଡ଼ିଶାରେ ଏହି ଶିକ୍ଷା ନୀତି ୫ ବର୍ଷ ପରେ ଲାଗୁ ହୋଇଛି।
ଆଗାମୀ ଦିନରେ ସାନ୍ତାଳୀ ଭାଷାରେ ପାଠ ପଢ଼ାଯିବ। ଏହି ଭାଷାର ଉନ୍ନତି ପାଇଁ କାମ ଚାଲିଛି। ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଏହି ପ୍ରସ୍ତୁତି ଚାଲିଛି। ଗତବର୍ଷ ଆଜିର ଦିନରେ ଆମ ସରକାର ବ୍ୟାପକ ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆମେ ଏକ ନୂଆ ମିସନ ଆରମ୍ଭ କରିଥିଲୁ। ସରକାର ଗୁଣାତ୍ମକ ଶିକ୍ଷା ପାଇଁ କାମ କରୁଛନ୍ତି।
Education | CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/05/mohan-majhi-2025-09-05-16-41-48.jpg)