ମୁମ୍ବାଇରେ ଆସନ୍ତା ୧୮ ଓ ୧୯ ତାରିଖରେ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୨ ଦିନିଆ ନିବେଶକ ସମ୍ମିଳନୀ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେବେ। ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ। ଏଥିସହିତ ୧୮ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଇଣ୍ଡିଆ କେମ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମିଲ ହେବେ, ଯାହାକୁ କି କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିବେ। ପାରାଦୀପ, ଗୋପାଳପୁର ଓ ଧାମରାକୁ କେମିକାଲ ଶିଳ୍ପ ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାର ୧୯ ତାରିଖରେ ୩୦୦ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିବେ।