ଭୁବନେଶ୍ୱର: ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଏହି ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଏବଂ ରାଜ୍ୟର ବିକାଶରେ ଏହା ଗୋଟିଏ ନୂତନ ଫର୍ଦ୍ଦ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଳାର ପାଟପୁର ଅଂଚଳରେ ଆୟୋଜିତ 'ବିକାଶ ପଥେ ମୟୂରଭଞ୍ଜ' କାର୍ଯ୍ୟକ୍ରମରେ ଯୋଗଦାନ କରି କହିଛନ୍ତି।
ଏହି ପରିପ୍ରେକ୍ଷୀରେ କପ୍ତିପଦା ଉପଖଣ୍ଡରେ ସମୁଦାୟ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡିଶା ଗଠନ କରିବା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବ।
ଏହି ପ୍ରକଳ୍ପଗୁଡ଼ିକରେ ଅଙ୍ଗନବାଡି କେନ୍ଦ୍ର, ଜଳାଶୟ ଉନ୍ନତୀକରଣ, ଜନ ସେବା କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ସମବାୟ ସଂସ୍ଥା ଆଦି ଅନେକ ପ୍ରକଳ୍ପ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବ। ବିଶେଷ ଭାବରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ମନ୍ଦିର ଓ ବାଥୁଡି ସମ୍ପ୍ରଦାୟ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଦଳା ସହିତ ମୋର ସମ୍ପର୍କ ଅତି ନିବିଡ଼ ଓ ନିଆରା। ବିଧାୟକ ହେବା ପୂର୍ବରୁ ମଧ୍ୟ ଏଇ ମାଟି ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ରହିଛି। ଏହି ମାଟିର ଭାଷା, ସଂସ୍କୃତି, ପରମ୍ପରା ସହିତ ମୁଁ ଓତଃପ୍ରୋତ ଭାବେ ଜଡିତ। ମୟୂରଭଞ୍ଜକୁ ମୋର ଦ୍ଵିତୀୟ ଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ମାଟିର ମୂଳ ଓ ସ୍ଥାୟୀ ଅଧିବାସୀ ଭାବରେ ଗଣ୍ୟ ଆଦିବାସୀ ସଂପ୍ରଦାୟଙ୍କ ଲୋକ କଳା, ଚଳଣି ଓ ପରମ୍ପରା ଅତି ସମୃଦ୍ଧ। ଓଡିଶାର କଳା ଓ ସଂସ୍କୃତିକୁ ଆଦିବାସୀ ସଂସ୍କୃତି ହିଁ ଉଜ୍ଜ୍ୱଳ କରିଛି। ଓଡିଶାର କଳା ଜଗତକୁ ମୟୂରଭଞ୍ଜ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମୟୂରଭଞ୍ଜର ଛଉ ନୃତ୍ୟ ବିଶ୍ୱ ପ୍ରସିଦ୍ଧ। ଅନେକ ଆଦିବାସୀ ନୃତ୍ୟ କଳା ଓ ସଂଗୀତ ମଧ୍ୟ ଓଡିଶା ମାଟିକୁ ସମୃଦ୍ଧ କରିଛି।
/sambad/media/media_files/2025/03/01/51125a7d-a1ba-425f-bfe0-a68ee2275fb9-835519.jpg)
ସେ କହିଥିଲେ ଯେ ଆଜି ଆମ ରାଜ୍ୟ ଓଡିଶା ଏକ ନୂତନ ବିକାଶ ପଥର ଯାତ୍ରୀ ହୋଇଛି। ଗତ ପ୍ରାୟ ଅଢେଇ ଦଶନ୍ଧି ଧରି ବିକାଶ ନାଁରେ ଏକ ପ୍ରକାର ଭଣ୍ଡାମି ଚାଲିଥିଲା, କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ବିକାଶର ଡିଣ୍ଡିମ ପିଟୁଥିଲେ। କିନ୍ତୁ, ଆଜି ଆପଣଙ୍କ ସରକାର ଆପଣଙ୍କ ଉନ୍ନତି ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି, ଯେପରିକି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମାଧୋ ସିଂ ଛାତ୍ରବୃତ୍ତି ଯୋଜନା, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ନୂତନ ଶିକ୍ଷାନୀତି ପରି ଯୋଜନା। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଜଗନ୍ନାଥ ଦର୍ଶନ ସେବା, ମଡେଲ ମଣ୍ଡି ପରି ନୂତନ ଯୋଜନାର ପରିକଳ୍ପନା କରାଯାଇଛି।
ଆଜି ଆମ ସରକାର କ୍ଷମତାକୁ ଆସିବାର ପ୍ରାୟ ୯ ମାସ ହୋଇ ସାରିଛି। ଏହି ସ୍ୱଳ୍ପ ଦିନରେ ଆମ ସରକାର ପ୍ରକୃତରେ ଲୋକଙ୍କ ସରକାରର ମାନ୍ୟତା ଲାଭ କରିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ନିର୍ବାଚିତ ଲୋକପ୍ରତିନିଧି ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ପ୍ରତିବିଧାନର ପ୍ରୟାସ କରୁଛନ୍ତି। ଆମେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜନ ଶୁଣାଣି କରୁଛୁ। ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶୁଣାଣି କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।
ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ରବି ନାରାୟଣ ନାଏକ କହିଥିଲେ ଯେ ଆମ ସରକାରଙ୍କ ଉଦ୍ଦେଶ୍ୟ, ବିକାଶ ପ୍ରତ୍ୟେକ ଗାଁକୁ ଯିବ ଏବଂ ପ୍ରତ୍ୟେକ ଗାଁର ପ୍ରତ୍ୟେକ ଗରିବ ଘରେ ବିକାଶର ଜ୍ୟୋତି ଜଳିବ। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ମାଧ୍ୟମରେ ପ୍ରତିଟି ଘରକୁ ପକ୍କା ଘର ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଲୋକପ୍ରିୟ ସରକାର ଆଜି ଏହି ଅଳ୍ପ ଦିନରେ ପ୍ରତ୍ୟେକ ଗରିବ ମୁହଁରେ ହସ ଫୁଟାଇ ପାରିଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/01/943bf1fc-1af5-4ef5-abcf-b5e9319b3a56-679975.jpg)
