ଭୁବନେଶ୍ବର: ଆଜି ସାରା ରାଜ୍ୟକୁ କଲକଲ କରୁଛି ହାଡ଼ଭଙ୍ଗା ଶୀତ। ଆଜି ରାଜଧାନୀରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। କଟକରେ ବି ଅନୁରୂପ ସ୍ଥିତି। ଏଣେ ରାଇକଳା ଓ କେନ୍ଦୁଝରରେ ୩.୬ ଡିଗ୍ରିକୁ ଖସିଛି ପାରଦ। ଦାରିଙ୍ଗବାଡ଼ି ଓ କନ୍ଧମାଳରେ ପାରଦ ୩.୭ ଡିଗ୍ରି ଥିବା ବେଳେ ଥୁଆମୂଳ ରାମପୁର ଓ କଳାହାଣ୍ଡିରେ ୩.୯ ଡିଗ୍ରି ରେକର୍ଡ ହୋଇଛି।

Advertisment

ଘୁ.ଉଦୟଗିରିରେ ରେକର୍ଡ ଭାଙ୍ଗିଲା ଶୀତ

ତେଣେ ଘୁ.ଉଦୟଗିରିରେ ଚଳିତ ବର୍ଷ ସମସ୍ତ ରେକର୍ଡ଼  ଭାଙ୍ଗିଲା ଶୀତ। ତାପମାତ୍ରା ୩ ଡିଗ୍ରି ରେକର୍ଡ। ଚଳିତ ବର୍ଷର ସବୁଠାରୁ କମ ତାପମାତ୍ରା। ଜାଡ଼ରେ ଥରୁଛି ସାରା ଅଞ୍ଚଳ। କଲବଲ କଲାଣି ଅସହ୍ୟ ଶୀତ।

ଆହୁରି ପଢ଼ନ୍ତୁ:Doctors' Protest Continues ସାରା ରାଜ୍ୟରେ ଏସ୍‌ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ

ରାଜ୍ୟର ସର୍ବାଧିକ ତାପମାତ୍ରାର ସହର ଝାରସୁଗୁଡ଼ାରେ ତାପମାତ୍ରା ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାର-ମଙ୍ଗଳବାର ରାତିରେ ଏଠାରେ ତାପମାତ୍ରା ୫-ରୁ ୬ଡିଗ୍ରି ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ସପ୍ତାହ ଥଣ୍ଡାରୁ ଆଶ୍ବସ୍ତି ମିଳିବା ସମ୍ଭାବନ କମ୍‌ ରହିଛି।

ଆହୁରି ପଢ଼ନ୍ତୁ: Banakalagi Niti Today ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

କାଠ ନିଆଁ ପାଖରେ ଗହଳି

ଶୀତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ଜଣାଶୁଣା ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହେଉଛି। ସମ୍ବଲପୁର ଓ ନୂଆପଡ଼ା ସହିତ ଉପକୂଳ ଓଡ଼ିଶାର ତାପମାତ୍ରା ସମାନ ପରିଲକ୍ଷିତ ହେଉଛି।‌ ଲୋକମାନେ ଦିନତମାମ ଶୀତବସ୍ତ୍ର ପରିଧାନ କରୁଥିବା ଦୃଷ୍ଟିଗୋଚର ହେଉଛି। ଜଳାଶୟରେ ଲୋକଙ୍କର ଭିଡ଼ ଅପେକ୍ଷାକୃତ କମ୍‌ ରହୁଛି। ‌ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଶୀତ ଅଧିକ ଯନ୍ତ୍ରଣା ଦେଉଛି। ଗ୍ରାମାଞ୍ଚଳରେ ଲୋକମାନେ କାଠନିଆଁ ପାଖରେ ବସି ଗପସପ କରିବା ସହିତ ଶୀତଦାଉରୁ ଆଶ୍ବସ୍ତିଲାଭ କରୁଛନ୍ତି।