ବୈଶିଙ୍ଗା:ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଆନ୍ତର୍ଗତ ଏମଡିଆର-୭୦ ପୂର୍ତ୍ତବିଭାଗ ଅଧୀନ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ମାନଗୋବିନ୍ଦପୁର ଗ୍ରାମ ଉପକଣ୍ଠ ତାଳଗଛ ଛକ ନିକଟରେ ଚାଷଜମିରୁ ଜଳ ନିଷ୍କାସନ ପାଇଁ ରାସ୍ତାକୁ କାଟିଲା ପ୍ରଶାସନ, ଯେଉଁଥିପାଇଁ ବୈଶିଙ୍ଗା-ମାଣତ୍ରୀ ରାସ୍ତା ବିଛିନ୍ନ। ଉକ୍ତ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପl
ସୂଚନା ଅନୁଯାୟୀ, ଏମଡିଆର ୭୦ ରାସ୍ତାର ରୁପ୍ସାରୁ ଉଦଳା ରାସ୍ତାର ପ୍ରଶସ୍ତିକରଣ ଚାଲିଥିବାବେଳେ ଠିକାଦାରର ମନମାନି ପାଇଁ ସମୟ ବିତିଯାଇଥିଲେ ବି ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି l ଏହି ପରିପେକ୍ଷୀରେ ମାନଗୋବିନ୍ଦପୁର ଗାଁ ନିକଟସ୍ଥ ତାଳଗଛ ଛକ ନିକଟରେ ଥିବା ଏକ କଲଭର୍ଟ ନିର୍ମାଣ ପାଇଁ ପାର୍ଶ୍ୱରେ ଏକ ସର୍ଭିସ ରୋଡ଼ ନିର୍ମାଣ କରାଯାଇଥିଲା l ହେଲେ ଦୀର୍ଘଦିନ ହେବ ଉକ୍ତ କଲଭର୍ଟ କାମ ଅଧାପନ୍ତରିଆ ହୋଇ ପଡି ରହିଥିବା ଯୋଗୁଁ ଉକ୍ତ ସର୍ଭିସ ରୋଡ଼ରେ ଯିବାଆସିବା ସର୍ବଦା ବିପଜ୍ଜନକ ଥିଲାl ତେବେ ଗତକାଲି ବୁଢାବଳଙ୍ଗ ବନ୍ୟା ପାଣି ନିଷ୍କାସନରେ ଉକ୍ତ ସର୍ଭିସ ରୋଡ଼ ବାଧକ ସାଜିଥିଲା l ଫଳରେ ଏକର ଚାଷଜମି ଜଳମଗ୍ନ ହୋଇଥିଲା l ଯେଉଁଥିପାଇଁ ରବିବାର ସକାଳୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ଓ ପରେ ସମସ୍ତେ ଉକ୍ତ କଲଭର୍ଟ ନିକଟରେ ଉପସ୍ଥିତ ହୋଇ ସର୍ଭିସ ରୋଡ଼କୁ କାଟି ଜଳ ନିଷ୍କାସନ ପାଇଁ ଦାବୀ ଉଠାଇଥିଲେ l
/sambad/media/media_files/2024/10/27/VIZTu5SCbd4xfUw0iXbX.jpeg)
କିଛି ସମୟ ପାଇଁ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ l ପରେ ବାଧ୍ୟ ହୋଇ ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ଠିକାଦାରଙ୍କ ଦ୍ୱାରା ଉକ୍ତ ସର୍ଭିସ ରୋଡ଼କୁ କାଟି ଜଳ ନିଷ୍କାସନ କରାଯାଇଛି l ଫଳରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି l
ଖବର ପାଇ ଜିଲ୍ଲାପାଳ ହେମନ୍ତ କୁମାର ସାଏ ଏବଂ ଏସପି ବରୁଣ ଗୁଣ୍ଟୁପାଲିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହିତ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି ନେଇ ପ୍ରତିଶ୍ରୁତି ଦେଇଥିଲେl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/27/aMEOfQ95n7rXlxl90sw9.jpeg)