ଭଦ୍ରକ: ଭଦ୍ରକ କଲେଜରୋଡରେ ଥିବା ଏକ ଘରୋଇ ମହିଳା ହଷ୍ଟେଲରେ ଆଜି ଜଣେ କଲେଜ ଛାତ୍ରୀ ଜୀବନ ହାରିଦେଇଛନ୍ତି। ଜୀବନ ହାରିଥିବା ଛାତ୍ରୀ ଜଣଙ୍କର ଘର ବାସୁଦେବପୁର ବ୍ଲକର ବୋଲି ଜଣାପଡିଛି। ଛାତ୍ରୀ ଜଣଙ୍କ ଗତକାଲି ନିଜ ଘରୁ ଭଦ୍ରକର ରହୁଥିବା ହଷ୍ଟେଲକୁ ଆସିଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ହଷ୍ଟେଲ ବାଠା ରୁମରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ସେ ବେକରେ ଫାଶୀ ଦେଇ ଜୀବନ ହାରିଥିବାର ପୁଲିସ ସନ୍ଦେହ କରୁଛି।
ଖବର ପାଇ ଆଜି ସକାଳେ ଭଦ୍ରକ ଟାଉନ ପୁଲିସ ଓ ଭଦ୍ରକ ଏସପି ମନୋଜ ରାଉତ ଘଟଣାସ୍ଥଳକୁ ଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ମୃତ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ସମୟରେ ତାଙ୍କ ପରିବାର ଲୋକ ଓ ହଷ୍ଟେଲରେ ମାଲିକ ଉପସ୍ଥିତ ଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଶବ ବ୍ୟବଚ୍ଛଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଜିଛି।
ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜନୈକା ଛାତ୍ରୀ ଭଦ୍ରକ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ କଳା ଶ୍ରେଣୀର ଛାତ୍ରୀ ଥିଲେ। ଗତ ଏକ ମାସ ତଳେ ଭଦ୍ରକ କଲେଜ ରୋଡ଼ ରେ ଥିବା ଏକ ଘା ହଷ୍ଟେଲରେ ରହିଥିଲେ। ରଖି ପୂର୍ଣ୍ଣିମା ପାଇଁ ଛୁଟିରେ ଘରକୁ ଯାଇଥିଲା। ଗତକାଲି ନିଜ ଘରୁ ଆସି ଭଦ୍ରକ କଲେଜକୁ କ୍ଲାସ କରିବାକୁ ଯାଇଥିଲେ।
ଆଜି ସକାଳୁ ସେ ରହୁଥିବା ମହିଳା ହଷ୍ଟେଲରେ ଗାଧୁଆ ଘରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ଘଟଣାସ୍ଥଳରେ ଭଦ୍ରକ ଆଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୁଲିସ ସଂପୃକ୍ତ ଛାତ୍ରୀର ମୋବାଇଲ ଜବତ କରିଛି। ଏହି ଘଟଣା ପଛରେ କଣ ରହସ୍ୟ ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୁଲିସ ପକ୍ଷରୁ ହଷ୍ଟେଲ ମାଲିକ ଓ ମୃତ ଛାତ୍ରୀର ପରିବାର ଲୋକଙ୍କ ସହ କଥା ହୋଇଛି। ଖୁବ ଶୀଘ୍ର ଛାତ୍ରୀ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ଭଦ୍ରକ ଟାଉନ ପୁଲିସ କହିଛି।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)