ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲାଇଫଲାଇନ୍ ରାସ୍ତା ହେଉଛି ନବରଙ୍ଗପୁରରୁ ଉମରକୋଟ ରାଜ୍ୟ ରାଜପଥ ୪୦। ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଏହାରି ମଧ୍ୟରେ ନବରଙ୍ଗପୁର ପୂର୍ତ୍ତବିଭାଗ ଡିଭିଜନ୍ ଅଧିନରେ ରାସ୍ତାର ପ୍ରଶସ୍ତୀକରଣ କାମ ଜାରି ରହିଛି। ଏହି ରାସ୍ତାରେ ଧୋଡ୍ରା ନିକଟରେ ନାଙ୍ଗି ନଦୀ ଓ ଜଟାବାଲ ନିକଟର ପେଟଫୁଲା ନାଳ ଉପରେ ହାଇଲେଭେଲ ପୋଲ ନିର୍ମାଣ କାମ ଚାଳିଛି।
ତେବେ ଅତ୍ୟନ୍ତ ଧିମାରେ ଏହାର ନିର୍ମାଣ ଚାଳିଥିବାରୁ ଅସରାଏ ବର୍ଷା ହେବା ମାତ୍ରକେ ଅସ୍ଥାୟୀ ପୋଲରେ ଲୋକେ ଯିବା ଆସିବା କରିବା ମୁସ୍କିଲ ହୋଇ ପଡୁଛି। ଏପରିକି ପୋଲ ଉପର ଦେଇ ପାଣି ଯିବା ସହ କାଦୁଅ ପଚ ପଚ ହୋଇ ଭାରୀ ଯାନ ଲାଗି ରହୁଛି।
ସୂଚନା ଯୋଗ୍ୟ, ଉମରକୋଟ ଯାଏଁ ଯିବା ଆସିବା କରୁଥିବା ଯାନବାହନ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ଗତମାସର ଲଗାଣ ବର୍ଷାରେ ଏହୁ ଦୁଇ ଅସ୍ଥାୟୀ ପୋଲ ଭାସିଯାଇଥିଲା। ଗତ ୨ଦୁଇ ସପ୍ତାହ ହେବ ରାଜ୍ୟ ରାଜପଥ ନଂ ୪୦ରେ ଯାତାୟାତ ଠପ୍ ହୋଇପଡିଥିଲା। ଭାରୀଯାନ, ଟ୍ରକ ଚଳାଚଳ ବନ୍ଦ ରହିଥିବା ବେଳେ ବସ ଓ ଅନ୍ୟ ଛୋଟ ଯାନବାହାନ ଗୁଡିକ ୩କିଲୋମିଟର ଯିବା ସ୍ଥାନରେ ୨୦ରୁ ଉର୍ଦ୍ଧ୍ବ କିଲୋମିଟର ବୁଲି ଯିବା ଆସିବା କରୁଛନ୍ତି। ଅଯଥାରେ ଖର୍ଚ୍ଚାନ୍ତ ସହ ସମୟ ଅପଚୟ ହେଉଛି।
ଉମରକୋଟ ଯାଏଁ ଯିବା ଆସିବା କରୁଥିବା ଯାନବାହନ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ଗତମାସର ଲଗାଣ ବର୍ଷାରେ ଏହୁ ଦୁଇ ଅସ୍ଥାୟୀ ପୋଲ ଭାସିଯାଇଥିଲା। ଗତ ୨ଦୁଇ ସପ୍ତାହ ହେବ ରାଜ୍ୟ ରାଜପଥ ନଂ ୪୦ରେ ଯାତାୟାତ ଠପ୍ ହୋଇପଡିଥିଲା।
ସମ୍ବାଦରେ ରିପୋର୍ଟ ପ୍ରକାଶ ପରେ ମରାମତି କରାଯାଇଥିଲା। ଜଟାବାଲ ଫେଟପୁଲା ନାଳ ଉପରେ ୬କୋଟି ୯୯ଲକ୍ଷ ଟଙ୍କାରେ ହାଇଲେଭେଲ ବ୍ରିଜ୍ ନିର୍ମାଣ କରାଯାଉଛି। ୮୦ମିଟର ଲମ୍ବ ଓ ୧୨ମିଟର ଓସାରରେ ଏହି ବ୍ରିଜର ନିର୍ମାଣ ଜାରୀ ରହିଛି। ତେବେ ସମ୍ପ୍ରତି ଅସରାଏ ବର୍ଷା ହେବା ମାତ୍ରକେ ଜିଲ୍ଲାସଦରମହକୁମା ସହ ଜିଲ୍ଲାର ୭ଟି ବ୍ଲକ ବାସିନ୍ଦାଙ୍କ ସମେତ ରାୟପୁର ଆଦି ଯାଉଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/15/ngp-umerkote-ngp-road-2025-08-15-16-29-14.jpg)