ବ୍ରହ୍ମପୁର: ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ। ତାଙ୍କ ପାଇଁ ବିଜେଡି ଆସିକା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା। ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ ହାରିଲା। ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
ସେ କହିଛନ୍ତି, ବିଜେପି ଏଜେଣ୍ଟଙ୍କ ସହ ମିଶି ବିଭୀଷଣ ଭଳି କାମ କରିଥିଲେ ଆସିକାସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ। ଏ ନେଇ ଭିଡିଓ ଫଟୋ ବି ଘୁରି ବୁଲୁଛି। ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ବିଜେପି ନେତାଙ୍କ ସହ ସାଲିସ ହୋଇ କାମ କରିଥିଲେ। ବିଜେଡି ସୁପ୍ରିମୋଙ୍କୁ ଏ ବାବଦରେ ଅବଗତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/16/XoRwOuX8ulad4qX2K5E1.jpg)
