କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଅଳିଆ ଗଦାରେ ଅଭିଯୋଗ ପତ୍ରମାନ ପଡ଼ିଥିବାର ଦେଖିବାକୁ ମିଳିଛି। ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ଆବଶ୍ୟକତା ପୂରଣ କରୁଥିବା ଯୋଜନାର ଆବେଦନ ପତ୍ର ଗୁଡ଼ିକ ବ୍ଳକ୍ କାର୍ଯ୍ୟାଳୟ ଭିତରେ ସୁରକ୍ଷା ଭିତରେ ରହିବା କଥା, କିନ୍ତୁ ଏଠାକାର ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ। ବ୍ଳକ୍ ବାହାରେ ସମୂର୍ଣ୍ଣ ଅନାଥ ଭାବରେ ପଡ଼ି ରହିଛି। କୁଢ଼ କୁଢ଼ ଆବେଦନ ପତ୍ର । ଏପରିକି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗ୍ରହଣ କରାଯାଉଥିବା ଅଭିଯୋଗ ପତ୍ରଗୁଡ଼ିକ ମଧ୍ୟ ଏଠାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି।
ଗରିବ ଲୋକଙ୍କୁ ସହାୟତା ବଦଳରେ ଉପହାସ କରାଯାଉଥିବା ବୟାନ କରୁଛି ବାହାରେ ପଡ଼ିଥିବା ଏହି ଅଭିଯୋଗ ପତ୍ର। ଏ ନେଇ କୃଷ୍ଣପ୍ରସାଦ ବ୍ଳକ୍ ବିଡିଓ କହିଛନ୍ତି, ଏଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ୍ ନୁହେଁ।
ଗରିବ ଲୋକଙ୍କୁ ସହାୟତା ବଦଳରେ ଉପହାସ କରାଯାଉଥିବା ବୟାନ କରୁଛି ବାହାରେ ପଡ଼ିଥିବା ଏହି ଅଭିଯୋଗ ପତ୍ର। ଏ ନେଇ କୃଷ୍ଣପ୍ରସାଦ ବ୍ଳକ୍ ବିଡିଓ କହିଛନ୍ତି, ଏଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ୍ ନୁହେଁ।
ଏଠାରେ ପ୍ରଶ୍ନ ଉଠୁଛି ଯଦି ଲୋକଙ୍କ ଆବେଦନ ପତ୍ର ଗୁରୁତ୍ୱପୂର୍ଣ୍ଣ ନୁହେଁ , ତେବେ ଆମେ କାହାକୁ ଆଉ ଗୁରୁତ୍ୱପୂର୍ଣ୍ଣ କହିବା। କିଭଳି ଜଣେ ଅସହାୟ ଲୋକଙ୍କର ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ।