ଭୁବନେଶ୍ବର: ସମ୍ବାଦ ଓ କନକ ନ୍ୟୁଜ୍ ବାର୍ଷିକ ଉତ୍ସବ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆଜି ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ଅବସ୍ଥାପିତ ୫୭୦ କେନ୍ଦ୍ରରେ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ପରୀକ୍ଷା ଅନୁଷ୍ଠିତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ପାଇଁ ୧୯ଟି କେନ୍ଦ୍ରରେ ପରୀକ୍ଷା କରାଯାଇଛି। ସକାଳ ୧୦ ଠାରୁ ପରୀକ୍ଷା ଆରମ୍ଭ ହୋଇଛି ହୋଇଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଚିତ୍ରାଙ୍କନ, ୬ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷା ହୋଇଛି।
ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ପାଖାପାଖି ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି, ଯେଉଁ ଛାତ୍ରଛାତ୍ରୀ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ରେ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ମଧ୍ୟ ପଢ଼ୁଥିବା ବିଦ୍ୟାଳୟର ପରିଚୟପତ୍ର ଦେଖାଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।
ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ସମୟ ଅବଧି ଏକ ଘଣ୍ଟା ରହିଥିବା ବେଳେ ହସ୍ତାକ୍ଷର ପାଇଁ ୩୦ ମିନିଟ୍ ସମୟ ରଖାଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ବିଷୟବସ୍ତୁ ପ୍ରଦାନ କରାଯିବ। ଯେକୌଣସି ଗୋଟିଏ ବିଷୟବସ୍ତୁ ଉପରେ ପ୍ରତିଯୋଗୀ ଚିତ୍ର ଅଙ୍କନ କରିପାରିବେ। ପରୀକ୍ଷାର ସୁପରିଚାଳନା ପାଇଁ ପ୍ରତି କେନ୍ଦ୍ରରେ ସ୍ବତନ୍ତ୍ର ନିରୀକ୍ଷକ ନିୟୋଜିତ ହୋଇଛନ୍ତି।
Bhubaneswar | Sambad Aama Odisha
- Sep 07, 2025 18:45 IST
ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ପ୍ରତୀଯୋଗୀତା
ମୋତେ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଶିବଦୁର୍ଗା ହାଇସ୍କୁଲ ପରିସରରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ପରିଚାଳନାରେ ସିହିତ୍ୟକ ପ୍ରଫୁଲ କୁମାର ଦାସ ମହେନ୍ଦ୍ର ସେଠି, ସୁବାସିନୀ ବିଶ୍ୱାଳ, ପ୍ରମିଳା ମଞ୍ଜରି ମଲ୍ଲିକ, କବିତା ସୁତାର, ସୋରଜ କୁମାର ପାତ୍ର, ନମିତା ମହାଳିକ, ପରେଶ ସାହୁ, ପ୍ରତିମା ମଞ୍ଜରି ମଲ୍ଲିକ ଓ ବିଦ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ। ଓ ସାମ୍ବାଦିକ କିଷାନ ପାତ୍ର, ସୁବ୍ରତ ରାୟ ପ୍ରମୁଖ ଉତ୍ସାହିତ କରିଥିଲେ। ମୋତ ସମ୍ବାଦ ପ୍ରତିନିଧି ତପନ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ମୋଟ ୧୧୬ଜଣ ପିଲା ଯୋଗଦାନ କରିଥିଲେ
ସେଥିମଧ୍ୟରୁ ଚିତ୍ରାଙ୍କନରେ
୧-ଦେବେନ୍ଦ୍ର ନନ୍ଦୀ (ଭେଙ୍କେଟେଶ୍ୱର ସ୍କୁଲ ଚାନ୍ଦବାଲି )
୨-ସାଇ ଆରମନ ନାୟକ(ଭେଙ୍କେଟେଶ୍ୱର ସ୍କୁଲ ଚାନ୍ଦବାଲି)
୩-ଶୁଭଶ୍ରୀ ପ୍ରତିମା ସେଠି (ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର)
ଭାଷା ଜ୍ଞାନଓ ପ୍ରବନ୍ଧ
୧- ରିତୁପର୍ଣ୍ଣା ମାଝୀ (ଶିବଦୁର୍ଗା ହାଇସ୍କୁଲ)
୨- ସମୀକ୍ଷା ସାହୁ (ଶିବଦୁର୍ଗା ହାଇସ୍କୁଲ)
୩- ରାଜନନ୍ଦୀ ମଲିକ(ଶିବଦୁର୍ଗା ହାଇସ୍କୁଲ)
ହସ୍ତାକ୍ଷର
୧- ଶ୍ବେତଲୀନା ବେହେରା (ଶିବଦୁର୍ଗା ହାଇସ୍କୁଲ)
୨- ଶୋଭା ରାଣୀ ଦାଶ (ଶିବଦୁର୍ଗା ହାଇସ୍କୁଲ,)
୩- ସୋନିକ୍ସ ସାମଲ (ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର)ଚାନ୍ଦବାଲି ବ୍ଲକ ଦିଗଛିଆ ବିଶ୍ୱ ଭାରତୀ ହାଇସ୍କୁଲ ପରିସରରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ପରିଚାଳନାରେ asif ରାଜ୍ୟ ସଂପାଦକ କାଁହୁ ଚରଣ ପରିଡା ଓ ଚିତ୍ରକର ଦୀପକ କୁମାର ନାଥ ଓ ପ୍ରଧାନଶିକ୍ଷକ - ଜନ୍ମେଜୟ ମିଶ୍ର, ଉଦିତ ନାରାୟଣ କର,ହରିହର ମିଶ୍ର,ଶର୍ମିଷ୍ଠା ନାୟକ, ସଞ୍ଜନା ପାତ୍ର, ମୋନାଲିଶା ରାଉତ, ପୂଜା ଦାସ, ଦେବବ୍ରତ ସାହୁ, ବାସନ୍ତୀ ପତି, ସ୍ବସ୍ତି ନନ୍ଦିତା ମହାପାତ୍ର, ଅଭୟ ପାଣିଗ୍ରାହୀ, ଲଷ୍ମୀକାନ୍ତ ଦାସ, ପ୍ରଜ୍ଞା ମହାନ୍ତି, କ୍ରିଷ୍ଣା ବେହେରା, ବର୍ଷା ଭୋଇ, ସ୍ମୃତିପ୍ରିୟା ଭୋଇ, ଅମିତ ପାଣିଗ୍ରାହୀ, ସୂର୍ଯ୍ୟମଣି ତ୍ରିପାଠୀ ଓ ବିଦ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ। ଓ କାମିନୀକାନ୍ତ ବିଶ୍ୱାଳ, ଆଶୁତୋଷ ରାଉତ ପ୍ରମୁଖ ଉତ୍ସାହିତ କରିଥିଲେ। ମୋତ ସମ୍ବାଦ ପ୍ରତିନିଧି ତପନ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |
ଏଥିରେ ମୋଟ 226ଜଣ ପିଲା ଯୋଗଦାନ କରିଥିଲେ ସେଥିମଧ୍ୟରୁ
ଚିତ୍ରାଙ୍କନ
୧-ଓ଼ମଂ ପ୍ରସାଦ ବେହେରା (ଇଟୁଆ ସରକାରୀ ଉ. ପ୍ରା ବିଦ୍ୟାଳୟ )
୨-ସୃତିରେଖା ନାୟକ (ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ )
୩-ସୋହନୀ ନାୟକ (ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ )ହସ୍ତାକ୍ଷର
୧-ସାର୍ଥକ ମୋହନ ନାୟକ (ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ)
୨-ଅଙ୍କିତା ପ୍ରିୟଦର୍ଶିନୀ ଦାସ (ଇଟୁଆ ସରକାରୀ ଉ. ପ୍ରା ବିଦ୍ୟାଳୟ )
୩-ପ୍ରାର୍ଥ ସାରଥୀ ପାତ୍ର (ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ)ଭାଷା ଜ୍ଞାନଓ ପ୍ରବନ୍ଧ
୧-ଶୁଶ୍ରୀ ସଂଗୀତା ବେହୁରିଆ (ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ )
୨-ସତ୍ୟନନ୍ଦ ବେହେରା (ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ)
୩-ରାଜସ୍ମିତା ବେହେରା (ମହାମୁନି ଦୟାନିଧି PRAMHASH ବାଳିକା ବିଦ୍ୟାଳୟ ) - Sep 07, 2025 18:40 IST
ବରଗଡ଼ ଜିଲ୍ଲା ଅମ୍ବାଭୋନାରେ ସମ୍ବାଦ ପକ୍ଷରୁ ପ୍ରତିଯୋଗିତା
- Sep 07, 2025 18:00 IST
ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର ସମ୍ବାଦ ପକ୍ଷରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛିl ସମ୍ବାଦ ପ୍ରତିନିଧି ନବକିଶୋର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ହାଇସ୍କୁଲ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ- ପ୍ରବନ୍ଧ ପ୍ରତିଯୋଗିତାରେ ସର୍ବମୋଟ ୨୨୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେl
ଚିତ୍ରାଙ୍କନରେ ୧୦୫ ଜଣ, ହସ୍ତାକ୍ଷରରେ ୯୦ ଜଣ ଏବଂ ଭାଷାଜ୍ଞାନରେ ୨୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେl ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ଜଗତୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କ୍ରିଷ୍ଣା ମଞ୍ଜରୀ କ୍ଷେତୀ-ପ୍ରଥମ, ଲକ୍ଷ୍ମୀପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ତୁଳସୀ ରଣା-ଦ୍ୱିତୀୟ, ବାଉଁଶୁଣୀ ମିଶନ ପବ୍ଲିକ ସ୍କୁଲର ଛାତ୍ରୀ ଆଦିତୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେl ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତାରେ ଜହ୍ନlପଙ୍କ ଶିଶୁ ମନ୍ଦିର ଛାତ୍ରୀ ରୋଜାଲିନ ଭୋଇ-ପ୍ରଥମ, ବୌଦ୍ଧ ଶିଶୁ ମନ୍ଦିରର ଛାତ୍ରୀ ତୃପ୍ତିମୟୀ କର୍ଣ୍ଣ-ଦ୍ୱିତୀୟ, ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶିବାନୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେl
ସେହିପରି ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଜଗତି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ବନ୍ୟା କ୍ଷେତୀ-ପ୍ରଥମ, ଆର୍ଯ୍ୟନ ଏକାଡେମୀର ଛାତ୍ର ପ୍ରସଂଜିତ ଭୋକ୍ତା-ଦ୍ୱିତୀୟ, ସୋନାଲି କହଁର ତୃତୀୟ ସ୍ଥାନ ଅଧିକାର କରିଥିଲେl ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ସାମଗ୍ରୀ ଦେଇ ପୁରସ୍କୃତ କରାଯାଇଥିଲାl ଏହି ପ୍ରତିଯୋଗିତାରେ ଜିତେନ୍ଦ୍ର କୁମାର ଦାଶ,ବୀର ବିକ୍ରମ ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ, ଶୁଶାନ୍ତ କୁମାର ଭୋଇ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ସୁଜିତ କୁମାର ସାହୁ, ଶୁଶାନ୍ତ କୁମାର ବଳ, ଶାନ୍ତନୁ ମିର୍ଦ୍ଧା, ବରୁଣ ରଣା, ସସ୍ତିତପା ନାଏକ, ଗୋପାଳ ସାହୁ, ସୁଶାନ୍ତ ଜଟି ପରୀକ୍ଷା ପରିଚାଳନା କରିଥିଲେl ସାମ୍ବାଦିକ ମନରଞ୍ଜନ ନାଏକ, ନିରଞ୍ଜନ ମିର୍ଦ୍ଧା, ସୁଧାଂଶୁ ମିଶ୍ର ସହଯୋଗ କରିଥିଲେl
- Sep 07, 2025 17:48 IST
ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ବଡ଼ଯୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରତିଯୋଗିତା
- Sep 07, 2025 17:46 IST
ମଇଦଲପୁରରେ ସମ୍ବାଦ ପକ୍ଷରୁ ପ୍ରତିଯୋଗିତା
ମଇଦଲପୁର: ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ମଇଦଲପୁର ସଦରମହକୁମା ମୃରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରବନ୍ଧରେ ପ୍ରଥମ ସ୍ଥାନ ପାଇଛନ୍ତି ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀ ଜୋଷାମଣି ମାଝୀ, ଦ୍ବିତୀୟ ସ୍ଥାନ ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀ ସ୍ନେହାରାଣୀ ଶତପଥୀ ଓ ତୃତୀୟ ସ୍ଥାନ ପାଇଛନ୍ତି ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀ ଅର୍ଚ୍ଚିତା ହରିଜନ, ହସ୍ତାକ୍ଷରରେ ପ୍ରଥମ ସ୍ଥାନ ସରକାରୀ ଉଚ୍ଚନୋଡାଲ ବିଦ୍ୟାଳୟ ଛାତ୍ରୀ ପ୍ରତିଭା ମାଝୀ , ଦ୍ବିତୀୟ ସ୍ଥାନ ହୀରାଦୀ ମାଝୀ ଓ ତୃତୀୟ ସ୍ଥାନ ପାଇଛନ୍ତି ମନୀଷା ମାଝୀ।
ସେହିପରି ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ସାଇ ଅର୍ପିତା ରାଉତ, ଦ୍ବିତୀୟ ସ୍ଥାନ ସୌମ୍ୟାରାଣୀ ବିଶୋଇ ତୃତୀୟ ସ୍ଥାନ ପାଇଛନ୍ତି ଡିମ୍ପଲ ପାଲପୁରିଆ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ସୁଦର୍ଶନ ମାଝୀ, ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ, ବାବୁଲାଲ ହରିଜନ, ଯୁଧିଷ୍ଠିର ହରିଜନ, ପ୍ରତିମା ଯାଦବ ପ୍ରମୁଖ ମଞ୍ଚସିନ ଥିଲେ। ମଇଦଲପୁର ସମ୍ବାଦ ପ୍ରତିନିଧି ମୁତ୍ୟାଲୁ ବିଷୋୟୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ହୋଇଥିଲା।
- Sep 07, 2025 17:10 IST
ବାଲିଶଙ୍କରା ବ୍ଲକରେ ଭାଗନେଲେ ୪୦୦ ଛାତ୍ରଛାତ୍ରୀ
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ସମ୍ବାଦ ବ୍ଲକ ପ୍ରତିନିଧି ପ୍ରଦୀପ ନନ୍ଦଙ୍କ ନେତୃତ୍ୱରେ ଭାଷାଜ୍ଞାନ ପ୍ରବନ୍ଧ ଲିଖନରେ ୧୫୦ଜଣ, ହସ୍ତାକ୍ଷରରେ ୧୫୦ଜଣ, ଚିତ୍ରାଙ୍କନରେ ୧୦୦ ଜଣ ଏପରି ୪୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନା ଶତପଥିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିବାବେଳେ ପରୀକ୍ଷକ ଭାବେ ସୁଜାତା ଶତପଥି, ପିଙ୍କି ନାଏକ, ଧର୍ମେନ୍ଦ୍ର ଓଝା, ଶାଶ୍ୱତ କଟିଆର, ସୁପର୍ଣ୍ଣା ସୋନାମ ନାଏକ, କେତକୀ ସାହୁ, ସୁବାସ ପୃସେଠ୍ ପ୍ରମୁଖ ସହାୟତା କରିଥିଲେ।
ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ପ୍ରତୀକ ନାୟକ ( ସେଣ୍ଟ ଜନ ବୋସ୍କୋ ଇଂଲିଶ ମିଡ଼ିଅମ ସ୍କୁଲ, ବାଲିଶଙ୍କରା), ଦ୍ଵିତୀୟ ସ୍ଥାନ ଶୁଭଶ୍ରୀ ଓରାମ (ସରକାରୀ ପ୍ରାଥମିକ ବିଦ୍ୟାଳୟ ବ୍ଲକ କଲୋନୀ, ବାଲିଶଙ୍କରା), ତୃତୀୟ ସ୍ଥାନ ଦିବ୍ୟାଂଶ ସାହୁ (ସରକାରୀ ପ୍ରାଥମିକ ବିଦ୍ୟାଳୟ ବ୍ଲକ କଲୋନି, ବାଲିଶଙ୍କରା) ଅଧିକାର କରିଥିଲେ। ହସ୍ତାକ୍ଷରରେ ପ୍ରଥମ ସ୍ଥାନ ଜାସ୍ମିତା ଭିତ୍ରିଆ (ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଶଙ୍କରା), ଦ୍ଵିତୀୟ ସ୍ଥାନ ରଚନା ମାଝୀ (ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଶଙ୍କରା), ତୃତୀୟ ସ୍ଥାନ ଶୁଭଶ୍ରୀ ନାଏକ (ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଶଙ୍କରା) ଅଧିକାର କରିଥିଲେ।
ସେହିପରି ଭାଷାଜ୍ଞାନ ପ୍ରବନ୍ଧ ଲିଖନରେ ପ୍ରଥମ ସ୍ଥାନ ଅନୁପ୍ରିୟା କଛୁ (ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଶଙ୍କରା), ଦ୍ଵିତୀୟ ସ୍ଥାନ ସୁରଭି ତିର୍କୀ (ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଶଙ୍କରା), ତୃତୀୟ ସ୍ଥାନ ନିବେଦିତା ମିଞ୍ଜ (ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଶଙ୍କରା) ଅଧିକାର କରିଥିଲେ।
- Sep 07, 2025 16:00 IST
ଜଗତସିଂହପୁର ଜିଲ୍ଲା ଗୋପାଳପୁରରେ ପ୍ରତିଯୋଗିତା
- Sep 07, 2025 15:58 IST
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ଝଙ୍କଡ଼, ପରୀକ୍ଷାକେନ୍ଦ୍ର- ସାରଦା ଏକାଡେମୀ କନକପୁରରେ ଚିତ୍ରାଙ୍କନରେ ୧୯ ଜଣ, ହସ୍ତାକ୍ଷରରେ ୩୪ ଜଣ ଓ ଭାଷାଜ୍ଞାନରେ ୨୪ ଜଣ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ସୋନାସ୍କୀ ସ୍ୱାଇଁ, ସଅଁରା ସରକାରୀ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରଥମ୍, ସ୍ୱରୂପ ନାୟକ ସଅଁରା ସରକାରୀ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ଦ୍ୱିତୀୟ ଓ ସିଧିଷ୍କା ସିଂହ ମୂଳିସିଂହ ସରକାରୀ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ, ହସ୍ତାକ୍ଷର ପରୀକ୍ଷାରେ ଆଶୁତୋଷ ବାରିକ, ଇଚ୍ଛାବିହାରୀ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରଥମ, ରକେଶକୁମାର ମହାରଣା, ସଅଁରା ସରକାରୀ ହାଇସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ଦ୍ୱିତୀୟ ଓ ସରୋଜିନୀ ବେହେରା ସାରଦା ଏକାଡେମୀ କନକପୁର ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷାରେ ବିଦ୍ୟୁ ସ୍ମିତା ଲେଙ୍କା, ସତ୍ୟନାରାୟଣ ହାଇସ୍କୁଲ, ଅଲନାଆଁର ନବମ ଶ୍ରେଣୀ ଛାତ୍ରୀ ପ୍ରଥମ, ସ୍ମରଣିକା ଜେନା ସତ୍ୟନାରାୟଣ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ଦ୍ୱିତୀୟ ଓ ଚିନ୍ମୟୀ ଦଳେଇ ସଅଁରା ସରକାରୀ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୦ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକମାନେ ପରୀକ୍ଷା କାର୍ଯ୍ଯ ପରିଚାଳନା କରିବା ସହିତ ପରୀକ୍ଷାଖାତାର ମୂଲ୍ୟାୟନ କରିଥିଲେ। ଏହି ଅବସରରେ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସାରଦା ଏକାଡେମୀ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତି, ସମ୍ବାଦ ସାହିତ୍ୟଘରର ପଣ୍ତିତ ବାସବ ନନ୍ଦ ଓ ସମ୍ବାଦ ର ଝଙ୍କଡ଼ ପ୍ରତିନିଧି ରମାକାନ୍ତ ରାଉଳ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।
- Sep 07, 2025 15:54 IST
ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ପ୍ରତିଯୋଗିତା
- Sep 07, 2025 15:36 IST
ନାଉଗାଁରେ ଓଡ଼ିଆ ଭାଷାଜ୍ଞାନ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା
ନାଉଗାଁ: ସମ୍ବାଦ ଆମ ଓଡିଶା ନାଉଗାଁ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଆ ଭାଷାଜ୍ଞାନ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପରୀକ୍ଷା ସରକାରୀ ଉଚ୍ଚ ବିଦ୍ୟାଳୟ, ନାଉଗାଁହାଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୨୫୦ ଜଣ ଆସିଥିବା ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଉତ୍ସାହର ସହିତ ଯୋଗଦେଇ ନିଜର ଓଡ଼ିଆ ଭାଷା ପ୍ରତି ଥିବା ସାହିତ୍ୟିକ ପ୍ରତିଭାର ଲିଖିତ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମ ସମ୍ବାଦ ସାହିତ୍ୟ ଘର, ନାଉଗାଁ ଶାଖା ସଭାପତି ହିମାଂଶୁ ମହାନ୍ତି ଙ୍କ ସଭାପତିତ୍ୱରେ ସମ୍ପାଦକ ତ୍ରିଲୋଚନ ପାଢ଼ୀଙ୍କ ତତ୍ୱାବଧାନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆନ୍ତଃର୍ଜାତୀୟ ଜଗନ୍ନାଥ ଧର୍ମ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ନିଜର ମୂଲ୍ୟବାନ ବକୃତା ପ୍ରଦାନ ସହିତ ଉତ୍କୃଷ୍ଟ କୃତି ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରି ପୁରସ୍କାର ପ୍ରଦାନ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ୮୦ ଜଣ ଭାଗ ନେଇଥିଲେ ସେଥି ମଧ୍ୟରୁ ସତ୍ୟପ୍ରକାଶ ସେଠୀ, ଉତ୍କଳ ମଣି ଶିଶୁ ଶିକ୍ଷା ମନ୍ଦିର, ନାଉଗାଁ ୧ମ ସ୍ଥାନ, ସାଇସୁଧା ମହାନ୍ତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ନାଉଗାଁ ୨ୟ ସ୍ଥାନ ଏବଂ ଶ୍ରୀକଳ୍ପ ବାରିକ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସାରେ ଇକୂଳ, ୩ୟ ସ୍ଥାନ ଅଧିଗ୍ରହଣ କରିଥିଲେ। ସେହିପରି ହସ୍ତାକ୍ଷର ପ୍ରତିଯୋଗିତା ପରୀକ୍ଷାରେ ୧୨୦ ଜଣ ଭାଗ ନେଇଥିଲେ ସେଥି ମଧ୍ୟରୁ ପ୍ରିୟଙ୍କା ବିଶ୍ୱାଳ, ଗୋପବନ୍ଧୁ ସ୍ମାରକୀ ବିଦ୍ୟାପୀଠ, ତିରୁଣା ପ୍ରଥମ ସ୍ଥାନ, ପ୍ରିୟାରାଣୀ ନାୟକ, ପ୍ରାଣକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଗାରୋଇ ଦ୍ୱିତୀୟ ସ୍ଥାନ ଏବଂ ଏଲିନା ଦାସ, ଅଲଣା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନୁରୂପ ଭାବେ ଭାଷାଜ୍ଞାନ ପ୍ରତିଯୋଗିତା ପରୀକ୍ଷାରେ ୫୦ ଜଣ ଭାଗ ନେଇଥିଲେ ସେଥିମଧ୍ୟରୁ ଆଦ୍ୟଶା ସେଠୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ନାଉଗାଁ ପ୍ରଥମ ସ୍ଥାନ, ଗାୟତ୍ରୀ ପଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁ ହାଟ ଦ୍ୱିତୀୟ ସ୍ଥାନ ଏବଂ ଜୟସ୍ମିତା ସାସମଲ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ଶିକ୍ଷକ ନିରଞ୍ଜନ ମହାନ୍ତି, ଭାଗିରଥି ବେହେରା, ଭ୍ରମରବର ବେହୁରା, ସୁକାନ୍ତ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।
ଭାଷାଜ୍ଞାନ ପରୀକ୍ଷା ବିଚାରକ ଭାବେ ବସନ୍ତ ଦାସ, ସୁଶ୍ରୀ ପୂଜା ନାୟକ, କୃଷ୍ଣ ବଲ୍ଲଭ ବେହେରା, ଶିକ୍ଷକ ଅକ୍ଷୟ ରାଉତ ଏବଂ ଶିକ୍ଷକ ସନ୍ତୋଷ କୁମାର ପରିଡା, ହସ୍ତାକ୍ଷର ବିଚାରକ ଭାବେ ଶିକ୍ଷକ ବାବାଜୀ ଚାରଣ ଦାସ, ବଂଶୀଧର ବେହେରା, କୈଳାସ ଚନ୍ଦ୍ର ସ୍ୱାଇଁ, ବିଭୁତି ଭୂଷଣ ତ୍ରିପାଠୀ ରହିଥିଲେ। ଚିତ୍ରାଙ୍କନ ବିଚାରକ ଭାବେ ଶିକ୍ଷକ ପଦ୍ମନାଭ ପାଢ଼ୀ, ଜିତେନ୍ଦ୍ର ସେଠୀ, ସ୍ୱପ୍ନା ଦାସ, ରାମକୃଷ୍ଣ ସାହୁ ଉପସ୍ଥିତ ରହିଥିଲେ। ଉକ୍ତ ପରୀକ୍ଷା କୁ ସମ୍ବାଦ ସାହିତ୍ୟ ଘରର ସଭ୍ୟ ସରୋଜ କୁମାର ଲେଙ୍କା, ଅନିଲ କୁମାର ମଲ୍ଲିକ, ଭ୍ରମରବର ଗୋଛାୟତ, ବୁଲାକି ସେଠୀ, ପ୍ରବୋଧ କୁମାର ମହାନ୍ତି ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବାଦ ନାଉଗାଁ ବ୍ଲକ ପ୍ରତିନିଧି ମନୋଜ କୁମାର ନାୟକ ସ୍ବାଗତଂ ଭାଷଣ ଦେଇଥିଲେ ଏବଂ ଗାରୋଇ ସମ୍ବାଦ ପ୍ରତିନିଧି ମହାଦେବ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
- Sep 07, 2025 15:33 IST
ଗୁରୁଣ୍ଡିଆରେ ପୁରସ୍କାର ବିତରଣ ଉତ୍ସବ
- Sep 07, 2025 15:31 IST
ସମ୍ବାଦ ଆମଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ
ଘୁ.ଉଦୟଗିରି: ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସମ୍ବାଦ ଏବଂ ଆମଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୦ଟି ବିଦ୍ୟାଳୟର ମୋଟ ୩୬୪ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗୀତାରେ ୧୪୨, ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ୧୬୮ ଏବଂ ଭାଷାଜ୍ଞାନରେ ୫୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସରସ୍ୱତୀ ଶିଶୁ ମନ୍ଦିର,ହବାକ ହାଇସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଆରଶ୍ମିନ ଜନତା ଉଚ୍ଚ ବିଦ୍ୟାଳୟ, ହାଟପଦା ପ୍ରାଥମିକ ବିଦ୍ୟାଳୟ,ହାତିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀରାମ ପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁଭଦ୍ରା ମହତାବ ସେବାସଦନ, ଅନ୍ବେଷା ହଷ୍ଟେଲ ବାଳକ ଏବଂ ବାଳିକା ଛାତ୍ରାବାସର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭାଗ ନେଇଥିଲେ।
ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ବ ହେବା ସହ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା। ଶିଶୁ ମନ୍ଦିର ବୌଦ୍ଧିକ ମଣ୍ଡପରେ ଅନୁଷ୍ଠିତ ପୁରସ୍କାର ବିତରାଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଥାନା ଅଧିକାରୀ ବିଜୟ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘ, ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ, ରଟିଙ୍ଗିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର୍ଭୁଜ ସାହୁ ଯୋଗ ଦେଇଥିଲେ। ସମ୍ବାଦ ପ୍ରତିନିଧି ସମିର କୁମାର ପାଢ଼ୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ପୁରସ୍କୃତ ହୋଇଥିବା କୃତି ପ୍ରତିଯୋଗୀମାନେ ହେଲେ ଚିତ୍ରାଙ୍କନ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରେୟାଶ୍ରୀ ପ୍ରଧାନ, ଆୟୁଷ ଦଳବେହେରା ଦ୍ୱିତୀୟ, ଅଭିଳାଷ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରେୟାଶ୍ରୀ ପାଢ଼ୀ ପ୍ରଥମ, ଅଂଶୁମାନ ବିଶ୍ୱାଳ ଦ୍ୱିତୀୟ, ହବାକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ପି ବି ଆରବ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ। ଭାଷାଜ୍ଞାନ ପରୀକ୍ଷାରେ ଶିଶୁ ମନ୍ଦିରର ଦଶମ ଶ୍ରେଣୀ ଛାତ୍ର ଅଭିଳାଷ ପଟ୍ଟନାୟକ ପ୍ରଥମ, ପ୍ରଦ୍ୟୁମ୍ନଜାନୁ ପ୍ରଧାନ ଦ୍ୱିତୀୟ ଏବଂ ହବାକ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ବଚନ ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ମାଧବାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଜୀ, ସନ୍ତୋଷ ପାଣିଗ୍ରାହୀ, ବାବୁଲା ଦଳବେହେରା, ଗୁରୁମା ସରିତା ପାଢ଼ୀ, ଅନିତା ନାୟକ, ସ୍ନେହଲତା ସେନାପତି, ମନୀଷା ନାୟକ, ପ୍ରଭାତି ସାହୁ, ସ୍ବର୍ଣ୍ଣଲତା ସାହୁ,ଦିଲିପ୍ଟା ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ମାନସି ଦଳବେହେରା, ସହକାରୀ ଶିକ୍ଷକ ପ୍ରଭାସ ପଣ୍ଡା ପ୍ରମୁଖ ପରୀକ୍ଷାରେ ସହଯୋଗ କରିଥିଲେ। ସମ୍ବାଦ ପ୍ରତିନିଧି ସମିର କୁମାର ପାଢୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁବ ସାମ୍ବାଦିକ ଚିନ୍ମୟ କୁମାର ସେଠୀ, ବିଷ୍ଣୁ ପ୍ରସାଦ ସାହୁ, ଫିଲିମୋହନ ପ୍ରଧାନ ଏବଂ ମୋହିନୀ ସାହୁ ସହଯୋଗ କରିଥିଲେ।
- Sep 07, 2025 14:50 IST
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଶ୍ୱ ଭାରତୀ ହାଇସ୍କୁଲ ଦିଗଛିଆରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
- Sep 07, 2025 14:46 IST
ଧର୍ମଶାଳା ବାଣୀପୀଠରେ ପୁରସ୍କାର ବିତରଣ
- Sep 07, 2025 14:43 IST
ବୌଦ୍ଧ ଜିଲ୍ଲା ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଗଲା ପୁରସ୍କାର
- Sep 07, 2025 14:35 IST
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଶିବ ଦ୍ରୁଗା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
- Sep 07, 2025 14:14 IST
ଯାଜପୁର ଜିଲ୍ଲା ଯାଜପୁର ସଦର ମହକୁମାରେ ଏନସି କଲେଜରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶହ ଶହ ଛାତ୍ରଛାତ୍ରୀ ଉପସ୍ଥିତ
- Sep 07, 2025 13:47 IST
‘ସମ୍ବାଦ-ଆମ ଓଡ଼ିଶା’ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୨୫: ଲଇକେରା ବ୍ଲକରେ ଚାଲିଛି ଖାତାଦେଖା
- Sep 07, 2025 13:21 IST
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
- Sep 07, 2025 13:19 IST
ଧାମନଗର ବ୍ଲକ ଧାମନଗର ବିଦ୍ୟାଳୟଠାରେ ୭୫୦ ଜଣ ପିଲା ଚିତ୍ରାଙ୍କନ, ହସ୍ତାକ୍ଷର ଓ ସୁଧ୍ୟ୍ୟଓଡ଼ିଆ ଲିଖନ ପ୍ରବଦ୍ଧ ପରୀକ୍ଷା ଦେଲେ
- Sep 07, 2025 13:12 IST
ଲଇକେରା ବ୍ଲକର ପରୀକ୍ଷା କେନ୍ଦ୍ରରେ ଖାତାଦେଖା ଆରମ୍ଭ
- Sep 07, 2025 12:24 IST
ଘୁ.ଉଦୟଗିରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା- ୨୦୨୫ ଅନୁଷ୍ଠିତ
- Sep 07, 2025 12:22 IST
ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
- Sep 07, 2025 12:22 IST
କାଶୀନଗର ବାରଣାସୀ ଉଚ୍ଚ ବିଦ୍ୟାଳୟରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା- ୨୦୨୫ ଅନୁଷ୍ଠିତ
- Sep 07, 2025 12:21 IST
ରାୟଗଡ଼ା ଜିଲ୍ଲା ଗୁଣପୁରରେ ପ୍ରତିଯୋଗୀ
- Sep 07, 2025 12:19 IST
ମୟୂରଭଂଜ ଜିଲ୍ଲା ଖୁଣ୍ଟାରେ ପ୍ରତିଯୋଗିତା ପୂର୍ବରୁ ଦୃଶ୍ୟ
- Sep 07, 2025 12:18 IST
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ପ୍ରତିଯୋଗିତା ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀ
- Sep 07, 2025 12:18 IST
ରାଉରକେଲା ସରସ୍ବତୀ ଶିଶୁ ବିଦ୍ୟମନ୍ଦିରରେ ପ୍ରତିଯୋଗୀ
- Sep 07, 2025 12:17 IST
ମୟୂରଭଂଜ ଜିଲ୍ଲା କୁସୁମୀ ଓ ବାଦାମ ପାହାଡ଼ରେ ପ୍ରତିଯୋଗିତା
- Sep 07, 2025 12:16 IST
ଗଡ଼ପୋଷରେ ପ୍ରତିଯୋଗିତା ପରେ ମୂଲ୍ୟାୟନ
- Sep 07, 2025 12:16 IST
ସରକାରୀ ଉଚ୍ଚ ବିଦ୍ୟାଳୟ ପଦ୍ମପୁର କୁଆଁରମୁଣ୍ଡା ବ୍ଲକରେ ପରୀକ୍ଷା ଦେଉଛନ୍ତି କୁନିକୁନି ପ୍ରତିଯୋଗୀ
- Sep 07, 2025 12:15 IST
ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହ
- Sep 07, 2025 12:14 IST
ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକରେ ଥୁବା ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଚିତ୍ରାଙ୍କନ ହସ୍ତାକ୍ଷର ଏବଂ ଭାଷା ଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ
- Sep 07, 2025 12:14 IST
ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ ରତ୍ନାକର ଟାଉନ ହାଇସ୍କୁଲ
- Sep 07, 2025 12:13 IST
‘ସମ୍ବାଦ-ଆମ ଓଡ଼ିଶା’ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୨୦୨୫
ରଗଡ଼ି କିଆପଡ଼ାର ସରସ୍ବତୀ ଶିଶୁ ମନ୍ଦିରରେ ପରୀକ୍ଷା
- Sep 07, 2025 12:12 IST
ଗଂଜାମ ଜିଲ୍ଲା ସୋରଡ଼ାରେ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ
- Sep 07, 2025 12:00 IST
ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ କୁନିକୁନି ପ୍ରତିଯୋଗୀଙ୍କ ଅଂଶଗ୍ରହଣ