ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୱାର୍ଡ ନମ୍ୱର ୧୩ର ସିଗନାଲସାହିରେ ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀଙ୍କ ପାଖରୁ ୫୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହେବା ପରେ ଘଟଣାର ସତ୍ୟାସତ ସମ୍ଭନ୍ଧରେ ରାଇରଙ୍ଗପୁର ସିଡିପିଓଙ୍କ ତତ୍ତ୍ୱlବଧାନରେ ସିଗନାଲସାହି ଓ ନୂଆଗାଁର ମହିଳା ପରିଦର୍ଶିକା ଉକ୍ତ ସ୍ଥାନରେ ପହଂଚି ହିତାଧିକାରୀ ଓ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତିରେ ତଦନ୍ତ କରିବା ପରେ ଜଣାପଡିଲା ଯେ କୌଣସି ଅଙ୍ଗନବାଡି କର୍ମୀଙ୍କ ସେଥିରେ ସମ୍ପୃକ୍ତି ନାହିଁ।
ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀଙ୍କ ପାଖରୁ ୫୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହେବା ପରେ ଘଟଣାର ସତ୍ୟାସତ ସମ୍ଭନ୍ଧରେ ରାଇରଙ୍ଗପୁର ସିଡିପିଓଙ୍କ ତତ୍ତ୍ୱlବଧାନରେ ସିଗନାଲସାହି ଓ ନୂଆଗାଁ ତଦନ୍ତ ହୋଇଛି।
ମାତ୍ର ନିକଟସ୍ଥ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ କାର୍ଯ୍ୟରତ କମ୍ପୁଟର ଅପରେଟରମାନେ ସୁଭଦ୍ରା ଫର୍ମ ପୂରଣ ପାଇଁ କିଛି ହିତାଧିକାରୀଙ୍କ ଠାରୁ ଉକ୍ତ ଅର୍ଥ ରାଶି ଆଦାୟ କରିଥିଲେ। ଘଟଣା ଜଣାପଡ଼ିବା ପରେ ଆଦାୟ ହୋଇଥିବା ଅର୍ଥ ରାଶିକୁ ଦେଇଥିବା ସୁଭଦ୍ରା ଯୋଜନାର ସମ୍ପୃକ୍ତ ହିତାଧିକାରୀମାନଙ୍କୁ ଫେରାଇ ଦେବାର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ଘଟଣା ଆଧାରରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୂଚନ୍ଦ୍ର ମହାଳିକଙ୍କ ତତ୍ୱାବଧାନରେ ଟାଉନ ଥାନା ଏସଆଇ ଆଲୋକ କୁମାର ସିଂ ଘଟଣାସ୍ଥଳରେ ପହଂଚି ମୋ ସେବା ଓ ଜନସେବା କେନ୍ଦ୍ରର ଗୋଟିଏ ଲ୍ୟାପଟପ ସହ ଗୋଟିଏ ମନିଟର ଓ ସିପିୟୁ ପ୍ରଭୃତି ଜବତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/PmoGKGpAWiayi6ePPLJ4.jpg)